ବିଶ୍ବରେ ଅନେକ ସମୁଦ୍ର ରହିଛି, ଯାହାକି ନିଜର ସୁନ୍ଦରତା ପାଇଁ ଜଣାଯାଏ। ତାଙ୍କ ଭିତରେ ସାମିଲ ଅଛନ୍ତି, ଆଇସଲାଣ୍ଡର ବ୍ଲାକ ସ୍ୟାଣ୍ଡ ବିଚ୍, ଯାହାକି ନିଜ ଆଡକୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। କିନ୍ତୁ ଏହା ପ୍ରାଣଘାତୀ ହୋଇପାରେ। ଆମେ ରେନିସ୍ଫଜାରା ବିଚ୍ (Reynisfjara Beach)ବିଷୟରେ କଥା ହେଉଛୁ। ଆଇସଲାଣ୍ଡକୁ ଆସୁଥିବା ଲୋକଙ୍କୁ କଳା ବାଲି ଓ ବଡ ବଡ ଢେଉ ମନମୋହି ନେଇଥାଏ।
ଏହି ବିଚ୍ ଖୁବ୍ ସୁନ୍ଦର ଓ ବିପଦଜନକ ହୋଇଥାଏ। କାରଣ ସେଠାରେ ଉଠୁଥିବା ସ୍ନିକର ଲହରୀର ପ୍ରଭାବରେ ଯିଏ ଆସିଥାଏ ତା’ର ଜୀବନ ଚାଲିଯାଇଥାଏ। ସ୍ନିକର ଲହର ନିଜ ସହିତ ଲୋକଙ୍କୁ ସମୁଦ୍ର ଭିତରକୁ ଟାଣି ନେଇଥାଏ। ବିପଦକୁ ଦେଖି ସ୍ଥାନୀୟ ପ୍ରଶାସନ ଏହି ସ୍ଥାନକୁ ସୁରକ୍ଷିତ କରିବା ପାଇଁ ଯୋଜନା ପ୍ରସ୍ତୁତି କରୁଛନ୍ତି। ଏହି ବିଚ୍କୁ ଦେଖିବା ପାଇଁ ପ୍ରତି ବର୍ଷ ହଜାର ହଜାର ଲୋକ ପହଁଞ୍ଚିଥାନ୍ତି। ଆସନ୍ତୁ ଜାଣିବା ଏସମ୍ପର୍କରେ କିଛି ରୋଚକ ତଥ୍ୟ…
ଏକ ରିପୋର୍ଟ ଅନୁସାରେ, ଛୋଟ ଛୋଟ ଢେଉର ଶକ୍ତିରୁ ମିଶି ତିଆରି ହୋଇଥିବା ବଡ ଢେଉକୁ ସ୍ନିକର ଓ୍ବେଭସ୍ କୁହାଯାଏ। ସମୁଦ୍ର ପ୍ରବାହ କାରଣରୁ ଏଭଳି ହୋଇପାରେ, କିମ୍ବା ରେନିସ୍ଫଜାରା ବିଚ୍ (Reynisfjara Beach)ର ଢେଉରେ ଟାଣିନେବାର ଶକ୍ତି ପଛରେ ଭୂମିଗତ ଚଟାଣର ଭୂମିକା ହୋଇପାରେ। ରେନିସ୍ଫଜାରା ବିଚ୍ରେ ଅନ୍ୟ ଢେଉ ତୁଳନାରେ ସ୍ନିକର ଲହରୀ ଖୁବ୍ ଶକ୍ତିଶାଳୀ ହୋଇଥାଏ, ଯାହାକି ବହୁତ ଆଗକୁ ଯାଇଥାଏ ଓ ଯେ କୌଣସି ବ୍ୟକ୍ତିକୁ ସମୁଦ୍ର ଭିତରକୁ ଟାଣି ନେଇଥାଏ। ଯଦି କୌଣସି ବ୍ୟକ୍ତି ସ୍ନିକର ଲହର ପ୍ରଭାବରେ ଆସିଯାଇଥାଏ, ତେବେ ଏହାକୁ ଫେରିପାଇବା ଖୁବ୍ କଷ୍ଟକର ହୋଇଥାଏ। ପାଣିର ତାପମାତ୍ରା ପ୍ରାୟ ବରଫ ଜମାଇବାର ସ୍ତରରେ ରହିଥାଏ, ଯାହା କି ତୁରନ୍ତ ହାଇପୋଥାର୍ମିୟା କାରଣରୁ ହୋଇଥାଏ, ଯେଉଁ କାରଣରୁ ମଣିଷର ମୃତ୍ୟୁ ହୋଇଥାଏ। ଏବେ ଦାବି ବଢିବାରେ ଲାଗିଛି ବିଚ୍କୁ ବନ୍ଦ କରାଯାଉ କିମ୍ବା ଏହାର ସୁରକ୍ଷା ଉପରେ ନଜର ରଖାଯାଉ।
