Odia News Portal

ଆଜି ଥାନାରେ ହାଜର ହେବେ ବାବୁସାନ୍‌

ଆଜି ଥାନାରେ ହାଜର ହେବେ ବାବୁସାନ୍‌। ଖାରବେଳନଗର ଥାନା ପୋଲିସ ବାବୁସାନଙ୍କୁ ପଚରାଉଚରା କରିବ ବୋଲି ସୂଚନା ମିଳିଛି ।ସବୁ କଥା କହିବି କହିବି କହୁଥିବା ବାବୁସାନ କହିବେ ମନର କଥା ? ଚେନ୍ନାଇରୁ ଭୁବନେଶ୍ୱର ଫେରିବାକୁ ତିନି ଦିନ ହେଲାଣି । ବାପା ମାଆଙ୍କ ସହ ଘରେ ଅଛନ୍ତି । କିନ୍ତୁ ଏଯାଏ ତାଙ୍କୁ ପଚରାଉଚରା କରିନି ପୋଲିସ । ବାବୁସାନଙ୍କ ନାଁରେ IPCର ଦଫା ୪୯୮-ଏ ଓ ୫୦୬ରେ ମାମଲା ରୁଜୁ ହୋଇଛି । ଏତଲାରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପତ୍ନୀ ତୃପ୍ତି ।

ବୈବାହିକ ଜୀବନରେ ଅଶାନ୍ତି, ପରକୀୟା ପ୍ରୀତି, ନିଶା ଖାଉଥିବା ଭଳି ସଙ୍ଗୀନ ଅଭିଯୋଗ ରହିଛି । ତଥାପି ବାବୁସାନଙ୍କୁ କାହିଁକି ଏଯାଏ ପଚରାଉଚରା ହୋଇନି ? ଷ୍ଟାର ପାଓ୍ଵାର ଆଗରେ ଫିକା ପଡୁଛି କି ପୋଲିସ ପାଓ୍ଵାର ? ଏମିତି ଚର୍ଚ୍ଚା ଭିତରେ ଆଜି ବାବୁସାନ ଥାନାରେ ହାଜରେ ହେବ ବୋଲି ସୂଚନା ମିଳିଛି । । ଆଗକୁ ତୃପ୍ତିଙ୍କ ଅଭିଯୋଗ ସହ ଦାମ୍ପତ୍ୟ ଜୀବନରେ ଅଶାନ୍ତି ଓ ପରକୀୟା ପ୍ରୀତି ଅଭିଯୋଗ ନେଇ ବାବୁସାନଙ୍କୁ ପଚରାଉଚରା କରିବ ପୋଲିସ ।

ଏମିତିକି ପ୍ରକୃତି ବିଭିନ୍ନ ସମୟରେ ତାଙ୍କୁ ଓ ବାବୁସାନଙ୍କୁ ଧମକ ବି ଦେଉଥିବା ଏତଲାରେ ଲେଖିଛନ୍ତି ତୃପ୍ତି । ଏବେ ତାଙ୍କର ଓ ପୁଅର ଜୀବନ ପ୍ରତି ବିପଦ ରହିଛି । ଗତ ୨୩ ତାରିଖରେ ବାବୁସାନଙ୍କ ଗାଡ଼ିରେ ପ୍ରକୃତି ମିଶ୍ରଙ୍କୁ ଦେଖି ରାସ୍ତାରେ ଝଗଡ଼ା କରିଥିଲେ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ । ଯାହାର ଭିଡିଓ ଭାଇରାଲ୍‌ ହୋଇଥିଲା ।