ଜଗନ୍ନାଥ ବିହାର ଘରୁ ବାହାରି ଅଭିନେତା ବାବୁସାନ ଖାରବେଳ ଥାନାରେ ପହଂଚିଲେ । ମାଆ ଅପରାଜିତାଙ୍କ ସହ କାରରେ ବାହାରିଲେ ବାବୁସାନ । ଏହା ପରେ ଭୁବନେଶ୍ୱର ଖାରବେଳ ନଗର ଥାନାରେ ପହଂଚିଛନ୍ତି । ତାଙ୍କୁ ଜେରା କରିବ ଖାରବେଳନଗର ଥାନା ପୁଲିସ। ୧୬୧ ଧାରାରେ ହେବ ବୟାନ ରେକର୍ଡ। ଆଜି ବାବୁସାନଙ୍କ ଜନ୍ମ ଦିନ । ଜନ୍ମଦିନରେ ଘରୁ ବାହାରିଲେ ବାବୁସାନ । ଜନ୍ମଦିନରେ ପ୍ରଶଂସକଙ୍କୁ ଭେଟିଲେ ବାବୁସାନ । ପତ୍ନୀ ତୃପ୍ତିଙ୍କ ଅଭିଯୋଗ ଆଧାରରେ ହୋଇପାରେ ବାବୁସାନ୍ଙ୍କ ବୟାନ୍ ରେକର୍ଡ । ୧୬୧ ଧାରାରେ ବୟାନ ରେକର୍ଡ କରିବ ପୋଲିସ । ତେବେ ପତ୍ନୀ ତୃପ୍ତିଙ୍କ ଅଭିଯୋଗ କ୍ରମେ ଖାରବେଳ ନଗର ଥାନା ପୋଲିସ ବାବୁସାନ୍ଙ୍କ ନାଁରେ ମାମଲା ରୁଜୁ କରିଛି । କିନ୍ତୁ ବାବୁସାନ୍ ଗିରଫଦାରୀକୁ ଏଡାଇବା ପାଇଁ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଛନ୍ତି ।
