Odia News Portal

ଦୁର୍ଘଟଣା ମୃତ୍ୟୁ ନୁହେଁ, ଟ୍ରକ୍‌ ମଡ଼ାଇ ମାଆଝିଅଙ୍କୁ ହତ୍ୟା

ଦୁର୍ଘଟଣାରେ ମାଆ ଓ ଝିଅଙ୍କ ମୃତ୍ୟୁ ହୋଇନାହିଁ, ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଛି! ଟ୍ରକ୍‌ ମଡ଼ାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବୁଧବାର ଅପରାହ୍ନରେ ୫୩ ନମ୍ୱର ଜାତୀୟ ରାଜପଥ(ଏନ୍‌ଏଚ୍‌)ରେ ଟ୍ରକ୍‌ ଧକ୍କାରେ ମାଆ ଓ ଝିଅଙ୍କ ମୃତ୍ୟୁ ଘଟଣାରେ ଆସିଛି ଏମିତି ଚାଞ୍ଚଲ୍ୟକର ତଥ୍ୟ। ପୁଲିସ୍‌ ନିଜ ଆଡୁ ହତ୍ୟା ମାମାଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁସରେ, ସୁକିନ୍ଦା ଅଞ୍ଚଳର ଶ୍ରୀତିକା ଚକ୍ରବର୍ତ୍ତି ଝିଅ ସୋନାଲି ଚକ୍ରବର୍ତ୍ତିଙ୍କ ସହ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ କେନ୍ଦ୍ରପଡ଼ା ଯାଇଥିଲେ । ଝିଅ ସହତ ସ୍କୁଟିରେ ଫେରିବା ବେଳେ ଯାଜପୁର ୫୩ ନମ୍ବର ଜାତୀୟ ରାଜପଥ ବରଡ଼ା ଛକ ନିକଟରେ ସାଇଡ ମରାକୁ କେନ୍ଦ୍ର କରି ଟ୍ରକ ଡ୍ରାଇଭର ଅମର ସ୍ବାଇଁଙ୍କ ସହ ପାଟିତୁଣ୍ଡ ହୋଇଥିଲା । ଏହାପରେ ଶ୍ରୀତିକା ଝିଅ ସହ ସ୍କୁଟି ଧରି ବାହାରି ଯାଇଥିଲେ । ହେଲେ ରାଗ ପଞ୍ଚମ ଅମର ହିତାହିତ ଜ୍ଞାନ ଭୁଲି ତାଙ୍କ ସ୍କୁଟି ଉପରେ ଟ୍ରକ ଚଢାଇ ଦେଇଥିଲେ । ଫଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା । ଜେନାପୁର ପୋଲିସ ଅଭିଯୁକ୍ତ ଡ୍ରାଇଭରଙ୍କୁ ଗିରଫ କରିବା ସହ ଏକ ହତ୍ୟା ମାମଲା ରୁଜୁ କରିଛି ।