Odia News Portal

ପୁଣି ରେପୋ ରେଟ୍ ବଢ଼ାଇଲା ଆରବିଆଇ

ଖୁଚୁରା ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପୁଣି ରେପୋ ରେଟ୍ ବଢ଼ାଇଛି । ଆରବିଆଇ ରେପୋ ରେଟ୍ ଆଉ ୦.୫ ପ୍ରତିଶତ ବୃଦ୍ଧି କରିଛି। ଏଥିସହ ରେପୋ ରେଟ୍ ବର୍ତ୍ତମାନ ୫.୪% ରେ ପହଞ୍ଚିଛି | ଆରବିଆଇର ଏହି ନିଷ୍ପତ୍ତି ଦ୍ବାରା ବ୍ୟାଙ୍କ୍ ୠଣ ଆହୁରି ମହଙ୍ଗା ହୋଇପାରେ । ଋଣ ବାବଦକୁ ଲୋକଙ୍କ ମାସିକ କିସ୍ତି (ଇଏମ୍ଆଇ) ବଢ଼ିବ |

ମୁଦ୍ରା ନୀତି କମିଟି (ଏମପିସି) ର ତିନି ଦିନିଆ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ରେପୋ ରେଟ୍ ୦.୫ ପ୍ରତିଶତ ବଢ଼ାଇ ୫.୪ ପ୍ରତିଶତ କରିବାକୁ ଏମପିସି ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନେଇଛି। ”

ଏହାଛଡ଼ା ଆରବିଆଇ ଚଳିତ ଆର୍ଥିକ ବର୍ଷ ପାଇଁ ଆର୍ଥିକ ଅଭିବୃଦ୍ଧି ହାର ୭.୨% ରହିବ ବୋଲି ପୂର୍ବାନୁମାନ କରିଛି । ଏଥି ସହିତ ଖୁଚୁରା ମୁଦ୍ରାସ୍ଫୀତି ହାର ୬.୭% ରହିବ ବୋଲି ଆକଳନ କରାଯାଇଛି।

ଏହାପୂର୍ବରୁ, ଜୁନ୍ ମାସରେ ହୋଇଥିବା ଶେଷ ନୀତି ଘୋଷଣାରେ ଆରବିଆଇ ରେପୋ ରେଟକୁ ଅଧା ପ୍ରତିଶତ ବୃଦ୍ଧି କରିଥିଲା। ଏହି କାରଣରୁ ରେପୋ ହାର ୪.୯୦ ପ୍ରତିଶତକୁ ବୃଦ୍ଧି ପାଇଥିଲା |