Odia News Portal

ପୃଥିବୀର ରହସ୍ୟମୟ ଝରଣା

ମାରିଶସ୍ ଅଣ୍ଡର ୱାଟର ଫଲ୍ ଏହି ଝରଣା ସାଗର ଭିତରେ ବୋହିଥାଏ। ଯାହାକି ଏହାକୁ ସବୁଠାରୁ ଭିନ୍ନ କରିଥାଏ। ଏହା ବିଶ୍ୱର ଅଣ୍ଡର ୱାଟର ଫଲ୍। ଏହି ଝରଣାକୁ ଦେଖିବା ପାଇଁ ଅନେକ ପର୍ଯ୍ୟଟକ ଭିଡ଼ ଲାଗେ। କାରଣ ଏହା ୨୪ ଘଣ୍ଟା ଖୋଲା ଥାଏ । କିଛି ଲୋକ ଏହାର ସୁନ୍ଦରତା ଦେଖି ବିଶ୍ଵାସ ମଧ୍ୟ କରି ପାରନ୍ତି ନାହିଁ।

ଏହା ପରେ ଆସୁଛି ରୁବି ଫଲ୍ ୱାଟର ଫଲ୍। ଏହି ସୁନ୍ଦର ଝରଣା ଆମେରିକାର ସବୁଠାରୁ ଗଭୀର ଓ ସୁନ୍ଦର ଝରଣା। କାରଣ ଏହାର ରଙ୍ଗ ମଧ୍ୟ ଖୁବ୍ ସୁନ୍ଦର। ଝରଣା ମଧ୍ୟରୁ ଏହା ଭିନ୍ନ ଝରଣା। ଏଠାକୁ ଅନେକ ପର୍ଯ୍ୟଟକ ଆସନ୍ତି। ପୁଣି ଏହି ଝରଣା ପାଖରେ ପାର୍ଟି ମଧ୍ୟ ହୁଏ। କାର୍ଲିଫର୍ନିୟା ୱାଟର ଫଲ୍। ଏହି ଝରଣା ପୁଣି ନିଜର ରଙ୍ଗ ପରିବର୍ତ୍ତନ କରେ। ଏହି ଝରଣା ଫେବୃୟାରୀ ଶେଷ ସପ୍ତାହରେ ନିଜର ରଙ୍ଗ ବଦଳାଏ। ଯାହାକୁ ସମସ୍ତେ ଅଦ୍ଭୁତ ଝରଣା ବୋଲି କୁହନ୍ତି। ସେଥିପାଇଁ ଏଠାରେ ଲୋକଙ୍କ ଭିଡ଼ ଲାଗି ରହେ। ଏହା ଏକ ଚମତ୍କାରୀ ଝରଣା। ସୂର୍ଯ୍ୟକିରଣ ପଡ଼ିଲେ ଏହି ଝରଣା ଖୁବ୍ ରଙ୍ଗୀନ ଓ ଆକର୍ଷଣୀୟ ଦେଖାଯାଏ।

ଏହା ପରେ ଆଉ ଅନ୍ୟ ଏକ ସୁନ୍ଦର ଝରଣା ହେଉଛି କାନାଡାର କୈମରନ୍ ଫଲ୍ସ। ଏହି ଝରଣା ମଧ୍ୟ ଖୁବ୍ ବିଚିତ୍ର। ଏହି ଝରଣା ଜୁନ ମାସରେ ଗୋଲାପି ରଙ୍ଗ ହୋଇଯାଏ। ଖୁବ୍ ସୁନ୍ଦର ଦିଶେ ଏହି ଝରଣା। ଏହାକୁ ମଧ୍ୟ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଲାଗିରହେ। ସବୁଠୁ ବଡ଼ କଥା ହେଉଛି ଏହି ସବୁ ଝରଣା ପ୍ରାକୃତିକ ଭାବେ ହିଁ ପରିବର୍ତ୍ତନ ହୁଅନ୍ତି। ସେଥିପାଇଁ ଲୋକ କୁହନ୍ତି ଏହି ଝରଣା ଗୁଡ଼ିକ ହିଁ ବିଶ୍ୱର ରହସ୍ୟମୟ ଝରଣା।