Odia News Portal

ଅଙ୍ଗଦାନ ପାଇଁ ସଂକଳ୍ପ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଅଙ୍ଗଦାନ ହେଉଛି ମୂଲ୍ୟବାନ ଜୀବନ ରକ୍ଷା ଉପହାର । ବିଶ୍ଵ ଅଙ୍ଗଦାନ ଦିବସ ଅବସରରେ ଏହି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ମହତ କାର୍ଯ୍ୟ ନେଇ ସଚେତନତା ସୃଷ୍ଟି କରିବା ପାଇଁ ସେ ଆହ୍ବାନ ଦେଇଛନ୍ତି। ମୂଲ୍ୟବାନ ଜୀବନ ବଞ୍ଚାଇବା ପାଇଁ ମୃତ୍ୟୁ ପରେ ଅଙ୍ଗଦାନ କରିବା ପାଇଁ ଆଜିର ଦିନରେ ସଂକଳ୍ପ ନେବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଅଙ୍ଗଦାନ ପ୍ରସାର ପାଇଁ ଓଡ଼ିଶା ସରକାର ସୁରଜ ସମ୍ମାନ ଦେଉଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।