Odia News Portal

ଅଯୋଧ୍ୟା ବିବାଦ ନେଇ ସୁପ୍ରିମକୋର୍ଟରେ ଆଜି ସୁପ୍ରିମ ଶୁଣାଣି । ୫ ଜଣିଆ ସାମ୍ବିଧାନିକ ପୀଠ କରିବ ଶୁଣାଣି

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ବାବ୍ରୀ ମସଜିଦ୍‌ ଓ ରାମଜନ୍ମ ଭୂମିକୁ ନେଇ ଅଯୋଧ୍ୟାରେ ଲାଗି ରହିଥିବା ଜମି ବିବାଦ ମାମଲାର ଶୁଣାଣି ଆଜିଠାରୁ ସୁପ୍ରିମକୋର୍ଟରେ ଆରମ୍ଭ ହେବ। ରାଜନୀତିକ ଦୃଷ୍ଟି କୋଣରୁ ଗୁରୁତ୍ୱ ରଖୁଥିବା ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ କରାଯିବ। ଦିନ ପ୍ରାୟ ୧୦.୩୦ରେ ଏହାର ଶୁଣାଣି ହେବ ବୋଲି ଜଣାପଡ଼ିଛି

ଏହି ଖଣ୍ଡପୀଠର ଅଧ୍ୟକ୍ଷତା ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ କରିବେ। ଅନ୍ୟମାନଙ୍କ ମଧ୍ୟରେ ଜଷ୍ଟିସ୍‌ ଏସ୍‌ଏ ବୋବଡେ, ଜଷ୍ଟିସ୍‌ ଏନ୍‌ଭି ରମଣ, ଜଷ୍ଟିସ୍‌ ୟୁୟୁ ଲଳିତ ଓ ଜଷ୍ଟିସ୍‌ ଡିୱାଇଚନ୍ଦ୍ରଚୂଡ଼ ଏହି ଖଣ୍ଡପୀଠରେ ରହିଛନ୍ତି।

ମସଜିଦ୍‌ ଇସଲାମ ଧର୍ମର ଏକ ଅବିଚ୍ଛେଦ୍ୟ ଅଂଶ ନୁହେଁ ବୋଲି ୧୯୯୪ରେ ଦିଆଯାଇଥିବା ରାୟର ବିଚାର ଗତବର୍ଷ ସେପ୍ଟେମ୍ବର ୨୭ରେ ହୋଇଥିଲା। ଏହି ସମୟରେ ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ୨:୧ ରାୟରେ ମାମଲା ବିଚାର କୌଣସି ପ୍ରକାରର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ହେବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ। ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ବେଳେ ୧୯୯୪ର ରାୟକୁ ବିଚାର କରାଯାଇଥିଲା।