ଧର୍ମଗଡ଼ ଉତ୍ସବ ପଡିଆ ଠାରେ ଉପଖଣ୍ଡ ସ୍ତରୀୟ ୭୬ତମ ସ୍ବାଧିନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଧର୍ମଗଡ଼ ଉପଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଉତ୍ସବ ପଡିଆ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ସ୍ତରରେ କୃତି ଛାତ୍ର ଛାତ୍ରୀ , ଡାକ୍ତର, ଆମ୍ବୁଲାନ୍ସ ଡ଼୍ରାଇଭର, ଟେକନି ସିଆନ୍ , ଏ ଏନ୍ ଏମ,ଆଶାକର୍ମୀ, ସାନି ଟାଇ ଜର କର୍ମୀ ଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାପରେ ଉପଜିଲ୍ଲାପାଳ ଖଦୀ ଭଣ୍ଡାର , ଯଶୋଦା ଅନାଥଶ୍ରମ, ମେଡ଼ିକାଲ,ଜେଲ , ମିଶନାରୀ ଅଫ ଚାରିଟି ଯାଇ ମିଷ୍ଟାନ୍ନ ବାଣ୍ଟିଥିଲେ।ଏହି କାର୍ଯ୍ୟକ୍ରମରେ ଧର୍ମଗଡ଼ ତହସିଲଦାର ହରେକୃଷ୍ଣ ବରିହା , ସହାୟକ ଜିଲ୍ଲାପାଳ ଚିନ୍ମୟ କୁମାର ନାୟକ ,ଧର୍ମଗଡ଼ ଗୋଷ୍ଠି ଉନ୍ନୟନ ଅଧିକାରୀ ଶରତ ଚରଣ ସେଠି, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଧିରୋଜ ଚୋପାଦାର, ଆଇ ଆଇ ସି ଧର୍ମଗଡ଼ ,ଧର୍ମଗଡ଼ ସମସ୍ତ ବିଭାଗୀୟ ଅଧିକାରୀ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଅଶୋକ ମହାନ୍ତି ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ ।ଏହି କାର୍ଯ୍ୟକ୍ରମ କୁ ମାଧବ ଲହଜଳ ପରିଚାଳନା କରିଥିବା ବେଳେ ଭାରପ୍ରାପ୍ତ ଉପଖଣ୍ଡ ସୁଚନା ଓ ଲୋକ ସଂପର୍କ ଅଧିକାରୀ ରମେଶ ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।