ହୀରାକୁଦର ଆଉ ୪ ଟି ଗେଟ ଖୋଲିଲା । ଏବେ ମୋଟ ୪- ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ । ପ ର୍ଯ୍ୟାୟକ୍ରମେ ଆଜି ମୋଟ ୧୪ ଗେଟ ଖୋଲାଗଲା । କାଲିର ୨୬ ଏବଂ ଆଜିର ୧୪ ଗେଟ୍ ମିଶାଇ ୪୦ ଗେଟ୍ ଖୋଲିଲା । ଏବେ ଡ୍ୟାମକୁ ପଶୁଛି ୬,୯୧,୯୫୦ ; ବାହାରୁଛି ୬,୧୦,୦୦୩ କ୍ୟୁସେକ ।
ମହାନଦୀର ତଳିଆ ଅଞ୍ଚଳବାସୀଙ୍କ ପାଇଁ ଆହୁରି ସଂକଟ ବଢ଼ିବ। ହୀରାକୁଦ ଜଳଭଣ୍ଡାରରୁ ଏବେ ୪୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଥିବାରୁ ମହାନଦୀରେ ବନ୍ୟାଜଳସ୍ତର ବଢ଼ିବା ଆଶଙ୍କା ରହିଛି। ସୂଚନା ଅନୁସାରେ ଡ୍ୟାମର ବାମ ପାର୍ଶ୍ବରୁ ୨୮ଟି ଓ ଦକ୍ଷିଣ ପାର୍ଶ୍ବରୁ ୧୨ଟି ଗେଟ୍ ମାଧ୍ୟମରେ ଜଳ ନିଷ୍କାସନ ଥିବା ଜାରି ରହିଛି। ହୀରାକୁଦ ଜଳ ଭଣ୍ଡାରର ମଙ୍ଗଳବାର ସନ୍ଧ୍ୟାରେ ୪୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେବା ଦ୍ବାରା ମହାନଦୀର ଜଳସ୍ତର ବଢୁଛି। ମହାନଦୀରେ ବନ୍ୟାଜଳ ଆସିବା ଦ୍ବାରା ତଳିଆ ଅଞ୍ଚଳର ଲୋକଙ୍କ ପାଇଁ ଦୁର୍ଦ୍ଦଶା ବଢ଼ିଛି। ସମ୍ବଲପୁରରୁ ଏହି ଦୁର୍ଦ୍ଦଶା ଆରମ୍ଭ ହୋଇଛି। ହୀରାକୁଦ ଜଳଭଣ୍ଡାର ରବିବାର ଦିନ ଠାରୁ ଜଳମଗ୍ନ ହୋଇଛି।
