Odia News Portal

ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍ ବନ୍ଦ ହେବ:SRC

ରାଜ୍ୟରେ ବନ୍ୟା ସ୍ଥିତି ନେଇ SRC ପ୍ରଦୀପ ଜେନା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ରାଜ୍ୟ ସରକାର ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ। ସେ କହିଛନ୍ତି, ବର୍ତ୍ତମାନ ହୀରାକୁଦ ଡ୍ୟାମର ୨୪ଟି ଗେଟ ଖୋଲା ଅଛି। ଏଠାରେ ମହାନଦୀର ଜଳସ୍ତର ରହିଛି ୬୨୧.୯୩। ଏଠାରୁ ୩ ଲକ୍ଷ କ୍ୟୁସେକ୍ ପାଣି ପ୍ରବାହିତ ହେଉଥିବା ବେଳେ ୪ ଲକ୍ଷ କ୍ୟୁସେକ୍ ପାଣି ନିସ୍କାସିତ ହେଉଛି। ଆସନ୍ତାକାଲି ସୁଦ୍ଧା ଏହା ୬୨୦.୫ରେ ପହଞ୍ଚିବାର ସମ୍ଭାବନା ରହିଛି । ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ ବନ୍ଦ ହେବ। ଅର୍ଥାତ ୨୦ଟି ଗେଟ ଖୋଲା ରହିବ। ଗତକାଲି ବର୍ଷା ପ୍ରଭାବରେ ହୀରାକୁଦ ତଳ ମୁଣ୍ଡରେ ପାଣି ବଢିବ। ତେଣୁ ୪ଟି ଗେଟ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି।