ଯେକୌଣସି ବ୍ୟକ୍ତିଙ୍କର ପରିଚୟ ତାଙ୍କ ପୋଷାକରୁ ହିଁ ମିଳିଥାଏ। ଏଣୁ ସବୁବେଳେ ଲୋକ ନିଜର ବ୍ୟକ୍ତିତ୍ବକୁ ଦମଦାର ଦେଖାଇବା ପାଇଁ ଫ୍ୟାସନ ମୁତାବକ ପୋଷାକ ପିନ୍ଧିଥାନ୍ତି। ଆପଣ ଅନେକଙ୍କୁ ଫ୍ୟାସନ୍ ନାଁରେ ଫଟା ଜିନ୍ସ ବା ପୋଷାକ ପିନ୍ଧୁଥିବା ଦେଖିଥିବେ। କହିବାକୁ ଗଲେ ଏଭଳି ପୋଷାକ ବର୍ତ୍ତମାନ ଟ୍ରେଣ୍ଡ କରୁଛି। କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ଭଳି ପୋଷାକ ପରିଧାନ କରିବା ଦ୍ବାରା ଶରୀରିକ କ୍ଷମାତା ତଥା ଉର୍ଜ୍ବା ନଷ୍ଟ ହୋଇଥାଏ । ଏପରିକି ବିଭିନ୍ନ ପ୍ରକାରର ରୋଗ ହୋଇଥାଏ।
-ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପିନ୍ଧୁଥିବା ପୋଷକ ଯଦି ଫାଟିଯାଇଥାଏ ତେବେ ତାହାର ଖରାପ ପ୍ରଭାବ ଆମ ଦୈନନ୍ଦିନ ଜୀବନ ଉପରେ ପଡ଼ିଥାଏ।
-ସେହିଭଳି ଫେଙ୍ଗସୁଇ ଅନୁସାରେ, ଚିରା-ଫଟା ପୋଷାକ ଆମ ପାଇଁ ଖରାପ ସଂଯୋଗ ଆଣିବା ସହ ଏହା ଦ୍ବାରା ଦ୍ରାରିଦ୍ରତା ବଢ଼ିଥାଏ।
-ଚିରିଯାଇଥିବା ପୋଷାକ ପିନ୍ଧିବା ଦ୍ବାରା ଶାରୀରିକ ପିଡ଼ା ଆଦି ସମସ୍ୟା ଦେଖାଯାଇଥାଏ। ଏଣୁ କେବେ ମଧ୍ୟ ଚିରିଯାଇଥିବା ପୋଷକ ପିନ୍ଧବା ଉଚିତ୍ ନୁହଁ।
-ଜ୍ୟୋତିଷ ଅନୁଯାୟୀ ବର୍ତ୍ତମାନର ଫ୍ୟାସନ ଅନୁଯାୟୀ ଫଟାଚିରା ପୋଷାକ ପିନ୍ଧି ସାଙ୍ଗସାଥିଙ୍କ ସାମ୍ନାରେ ଷ୍ଟାଇଲ ମାରିଥିଲେ ମଧ୍ୟ ଏହା ଆମର ଖରାପ ସଂଯୋଗକୁ ନିମନ୍ତ୍ରଣ ଦେବା ସହ ଆମ ଉପରେ ବିପଦକୁ ବଢ଼ାଇଥାଏ।
Sign in
Sign in
Recover your password.
A password will be e-mailed to you.
