Odia News Portal

ବାଦଲଫଟା ବର୍ଷାରେ ବେହାଲ ଉତ୍ତରାଖଣ୍ଡ

ଅକାତ ଅକାତ ପାଣିରେ ପେଟ ଫୁଲାଇ କୂଳ ଲଂଘୁଛି ନଦୀ। ଭୀଷଣ ଜଳପ୍ରବାହରେ ଭାସିଯାଇଛି ପୋଲ। ଚାରଆଡ଼େ ଖାଲି ପାଣି ହିଁ ପାଣି। ଉତ୍ତରାଖଣ୍ଡରେ ତାଣ୍ଡବ ରଚିଛି ପ୍ରକୃତି। ବାଦଲଫଟା ବର୍ଷା ଯୋଗୁ ଡେରାଡୁନ ସ୍ଥତି ସଙ୍ଗୀନ ହୋଇଛି। ଭୀଷଣ ମାତ୍ରାରେ ଜଳପ୍ରବାହ ଯୋଗୁ ରାୟପୁର-କୁମଲଦା ଏରିଆ ଜଳମଗ୍ନ ହୋଇଛି। ବାଦଲ ଫଟା ବର୍ଷା ଯୋଗୁ ୫ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ସ୍ଥାନେ ସ୍ଥାନେ ଭୂସ୍ଖଳନ ମଧ୍ୟ ଜାରି ରହିଛି। ଉକ୍ତ ଅଞ୍ଚଳର ପ୍ରସିଦ୍ଧ ଶିବ ମନ୍ଦିର ଟପକେଶ୍ୱର ଶିବ ମନ୍ଦିରରେ ମଧ୍ୟ ଜଳ ପ୍ରବେଶ କରିଛି। ଗତକାଲି ରାତି ୨ଟା ୧୫ରେ ବାଦଲ ଫଟା ବର୍ଷା ହୋଥିଲା । ସଙ୍ଗ ନଦୀରେ ଥିବା ଏକ ପୋଲ ଭାସିଯାଇଛି । ବହୁଘରେ ପାଣି ପଶି ଜଳମଗ୍ନ ହୋଇଛି। ରାଜ୍ୟ ପ୍ରାକୃତି ବିପର‌୍ୟୟ ପ୍ରଶମନ ପକ୍ଷରୁ ବନ୍ୟାଘେରରେ ଥିବା ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଉଛି। ବନ୍ୟା ଯୋଗୁ ଅନେକ ଅଞ୍ଚଳ ଯୋଗାଯୋଗ ବିଛିନ୍ନ ହୋଇଛି। ବିଭିନ୍ନ ସ୍ଥାନରେ ଆବର୍ଜନା ଯୋଗୁଁ ରାୟପୁର-କୁମଲଡା ମୋଟର ରାସ୍ତା ଅବରୋଧ କରାଯାଇଛି । ତୋଟାଘାଟି ନିକଟରେ ରିଷିକେଶ-ବଦ୍ରିନାଥ ଜାତୀୟ ରାଜପଥ ବନ୍ଦ ରହିଛି। ସେହିପରି ନାଗାନିରେ ମଧ୍ୟ ସମାନ ପରିସ୍ଥତି ଉପୁଜିଛି। ଏଠାରେ ରିଷିକେଶ-ଗଙ୍ଗୋତ୍ରୀ ରାଜପଥକୁ ବନ୍ଦ କରାଯାଇଛି। ବର୍ଷାରେ ଏକାଧିକ ଘର ଭାଙ୍ଗିଯାଇଛି । ଉଦ୍ଧାରକାରୀ ଦଳ ସେଠାରେ ପହଂଚି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛନ୍ତି ।