ଭିଡିଓ ଜାରି କରି ନିକଟର ଘଟଣା ପାଇଁ ଅନୁତାପ କଲେ ବାବୁସାନ । ସ୍ତ୍ରୀ ତୃପ୍ତି , ଶ୍ୱଶୁରଙ୍କ ନାଁ ରେ ଗୋଟିଏ କେସ୍ ହୋଇଛି । ତାଙ୍କ ପରିବାର ବହୁତ କଷ୍ଟ ପାଇଛନ୍ତି । ସ୍ତ୍ରୀ ଓ ଶ୍ୱଶୁର କଷ୍ଟ ପାଇଲେଣି । ମୁଁ ପ୍ରମିସ କରୁଛି , ଏଭଳି ଭୁଲ ଆଉ କେବେ ହବନି । ଭିଡିଓ ମାଧ୍ୟମରେ କ୍ଷମା ମାଗିଲେ ବାବୁସାନ । ସମଗ୍ର ଓଡିଶା ବାସୀଙ୍କୁ କ୍ଷମା ମାଗିଲେ । ବାବୁସାନ-ପ୍ରକୃତି-ତୃପ୍ତି ବିବାଦ ମାମଲା ।
ନିକଟରେ ଘଟିଥିବା ଘଟଣାକୁ ନେଇ ଆଜି ବାବୁସାନ ଏକ ଭିଡିଓ ଜାରି କରି କ୍ଷମା ମାଗିଛନ୍ତି । ପାରିବାରିକ ବିବାଦ ରାସ୍ତା ମଝିକୁ ଆସିଯାଇଥିଲା । ଫିଲ୍ମର ପ୍ରମୋସନ ପାଇଁ ବାହାରିଥିବା ବେଳେ ରାସ୍ତା ଉପରେ ରେଡ ହ୍ୟାଣ୍ଡେଡ ବାବୁସାନ ଓ ପ୍ରକୃତିଙ୍କୁ ଧରିଥିଲେ ବାବୁସାନ ଙ୍କ ପତ୍ନୀ ତୃପ୍ତି । ପ୍ରକୃତିଙ୍କୁ ଟଣା ଓଟରା ମଧ୍ୟ କରିଥିଲେ ପତ୍ନୀ ତୃପ୍ତି । ଯାହା ଫଳରେ ମାମଲା ମଧ୍ୟ ଥାନାରେ ପହଂଚିଥିଲା । ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର ଓ ମା ତୃପ୍ତି ଙ୍କ ବିରୋଧରେ ଥାନାରେ ଏତଲା ଦେଇଥିବା ବେଳେ ତୃପ୍ତି ମଧ୍ୟ ଶାଶୁ ଅପରାଜିତାଙ୍କ ସହ ଆସି ପ୍ରକୃତି ମିଶ୍ର ଙ୍କ ବିରୋଧରେ ଏତଲା ଦେଇଥିଲେ । ବିବାଦ ପରେ ନୂଆ ଭିଡିଓ ଜାରି କଲେ ଅଭିନେତା ବାବୁସାନ । ଭିଡିଓ ଜାରି କରି ଓଡିଶାବାସୀଙ୍କୁ କ୍ଷମା ମାଗିଲେ ବାବୁସାନ । କହିଲେ, ଏମିତି ଭୁଲ ଆଉ କେବେ ହେବନି । ମୋ ସ୍ତ୍ରୀ ଓ ଶ୍ୱଶୂରଙ୍କ ନାଁରେ ଏକ ମାମଲା ହୋଇଛି । ମୋ ସ୍ତ୍ରୀ ଓ ଶ୍ୱଶୂର ବହୁତ କଷ୍ଟ ପାଇଲେଣି । ଆଗକୁ ଆଉ କୌଣସି ଅସୁବିଧା ହେବାକୁ ଦେବିନି ।
Sign in
Sign in
Recover your password.
A password will be e-mailed to you.
