ଆଫ୍ରିକୀୟ ଦେଶ ଇଥିଓପିଆରେ ଏମିତି ଘଟଣା ନିକଟ ଅତୀତରେ ଘଟିଯାଇଛି, ଯାହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା। ବାସ୍ତବରେ, ଏକ ବିମାନ ଅବତରଣ କରିବା ପରେ ଜଣାପଡିଥିଲା ଯେ, ବିମାନର ଉଭୟ ପାଇଲଟ୍ ବିମାନ ଉଡ଼ାଣ ବେଳେ ଶୋଇପଡ଼ିଥିଲେ। ବିମାନଟି ଅଟୋ ପାଇଲଟ୍ ମୋଡରେ ଉଡ଼ୁଥିଲା। ଆଶ୍ବସ୍ଥୀକର କଥା ହେଉଛି, ଏଥିରେ କୌଣସି ବଡ଼ ଧରଣର ଦୁର୍ଘଟଣା ହୋଇନାହିଁ। କିନ୍ତୁ ଦୁଇ ପାଇଲଟଙ୍କ ଏହି ଅବହେଳା ସମ୍ନାକୁ ଆସିବା ପରେ ଏହା ବିଶ୍ବର ଏକ ପ୍ରମୁଖ ଖବର ପାଲଟିଥିଲା। ରିପୋର୍ଟ ଅନୁଯାୟୀ, ଅଗଷ୍ଟ୧୫ ତାରିଖରେ ପାଇଲଟଙ୍କ ସହ ଇଥିଓପିଆର ଏୟାରଲାଇନ୍ସ ଫ୍ଳାଇଟକୁ ଦୁଇ ପାଇଲଟ ସୁଡାନର ରାଜଧାନୀ ଖାର୍ତୁମରୁ ଇଥିଓପିଆର ରାଜଧାନୀ ଆଦିସ ଆବାବା ଅଭିମୁଖେ ଉଡ଼ାଣ ଭରିଥିଲା। ଉଡ଼ିବାର କିଛି ସମୟ ପରେ ଭିତରେ ବସିଥିବା ଉଭୟ ପାଇଲଟ ଶୋଇପଡିଥିଲେ। ଏହି କାରଣରୁ ବିମାନ ଅବତରଣରୁ ବଞ୍ଚିତ ହୋଇଥିଲା। ପରେ ବିମାନଟି ଅଟୋପାଇଲଟ୍ ମୋଡରେ ଉଡ଼ିବାରେ ଲାଗିଲା। ବିମାନଟି ଯେତେବେଳେ ଠିକ୍ ସମୟରେ ନିଜ ଗନ୍ତବ୍ୟ ସ୍ଥଳରେ ଅବତରଣ କରିନଥିଲା, ସେତେବେଳେ ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି) ଏକ ସତର୍କ ସୂଚନା ଜାରି କରିଥିଲା। ଉଭୟ ପାଇଲଟ ଶୋଇଥିବା ବେଳେ ବିମାନଟି ଅଟୋପାଇଲଟ୍ ମୋଡରେ ଥିବାବେଳେ ତାହା ୩୭ ହଜାର ଫୁଟରେ ଉଡୁଥିଲା। ପାଇଲଟଙ୍କ ସହ ଯୋଗାଯୋଗ କରିବାକୁ ଏଟିସି ଅନେକ ଥର ଚେଷ୍ଟା କରିଥିଲେ କିନ୍ତୁ ପାଇଲଟଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିଲା। ଯେତେବେଳେ ବିମାନଟି ରନୱେରେ ଅବତରଣ କରିବା ପୂର୍ବରୁ ବିମାନର ଅଟୋପାଇଏଟ୍ ମୋଡ୍ ବନ୍ଦ ହୋଇ ଏକ ଆଲାର୍ମ ବାଜିଲା, ସେତେବେଳେ ଆଲାର୍ମ ଶୁଣି ଦୁଇ ପାଇଲଟଙ୍କ ନିଦ ଭାଙ୍ଗିଥିଲା। ଉଭୟ ପାଇଲଟ୍ ପରେ ବିମାନକୁ ୨୫ ମିନିଟ୍ ତୁଚ୍ଛା ଉଡ଼ାଇ ରନଓ୍ବେରେ ଅବତରଣ କରାଇଥିଲେ।
