ମୋଟାପଣ ପାଇଁ ବର୍ତ୍ତମାନ ପ୍ରାୟ ସମସ୍ତ ବ୍ୟକ୍ତି ଚିନ୍ତିତ ରହୁଛନ୍ତି। ମୋଟା ହେବା ଦ୍ବାରା ଖାଲି ଯେ ପେଟର ଚର୍ବି ବଢ଼ିଥାଏ ତାହା ନୁହଁ ବରଂ ଶରୀରର ଗଠନ ମଧ୍ୟ ବିଗିଡ଼ିଥାଏ। ଏହାକୁ କମ କରିବା ପାଇଁ ଲୋକ ବିଭିନ୍ନ ପ୍ରକାରର ବ୍ୟାୟମ କରିବା ସହ ଅନେକ ପଦ୍ଧତି ମଧ୍ୟ ଆପଣାଇଥାନ୍ତି। କିନ୍ତୁ ଶେଷରେ ଓଜନ କମ ହୋଇନଥାଏ। ଏମିତିରେ ଯଦି ଆପଣ କିଛି ପରିବା ଜୁସକୁ ନିୟମିତ ଭାବେ ସେବନ କରୁଛନ୍ତି ତେବେ ଶରୀରକୁ ପୋଷକ ତତ୍ତ୍ବ ମିଳିବା ସହ ଓଜନ ମଧ୍ୟ କମ ହେବ। ଆସନ୍ତୁ ଜାଣିବା କେଉଁ ପରିବା ଜୁସ କରିଥାଏ ଓଜନ କମ।
-ଓଜନ କମ କରିବା ପାଇଁ କାକୁଡ଼ି ଜୁସ ଖୁବ ଲାଭଦାୟକ। ଏହାର ସେବନ ଦ୍ବାରା ବାରମ୍ବାର ପରିସ୍ରା ଲାଗିଥାଏ। ଯାହା ଦ୍ବାରା ଶରୀରର ସମସ୍ତ ବିଷାକ୍ତ ଏବଂ ଅଦରକାରୀ ପଦାର୍ଥ ବାହାରିଯାଇଥାଏ। ଏଥିସହ ଶରୀରର ଅତ୍ୟଧିକ ଚର୍ବିକୁ ଏହା କମ କରବା ସହ ଖାଦ୍ୟ ପଚନରେ ମଧ୍ୟ ସହାୟକ ହୋଇଥାଏ।
-ଶୀତଦିନରେ ଗାଜର ଖାଇବା ସହ ଏହାର ଜୁସ ପିଇବା ଶରୀର ପାଇଁ ଖୁବ ଲାଭଦାୟକ ହୋଇଥାଏ। ଏଥିରେ ଭରପୁର ଫାଇବର ରହିଥାଏ ଯାହା ଓଜନ କମ କରିବା ସହ ଉର୍ଜ୍ବା ଜାତ କରିଥାଏ।
– ଧନିଆ ଜୁସରେ କମ ପରିମାଣର କ୍ୟାଲୋରି ରହିଥାଏ। ଯାହାର ସେବନ ଶରୀରର ଓଜନ କମ କରିବାରେ ସହାୟକ ହୋଇଥାଏ। ଏଥିସହ ଏହା ଭୋକକୁ କମ କାରିବା ସହ ଶରୀରରେ ସେଲ୍ୟୁଲାଇଟ ମଧ୍ୟ କମ କରିଥାଏ।
-ବନ୍ଧାକୋବିର ଜୁସ ଶରୀରରେ ଉର୍ଜ୍ବା ଜାତ କରିଥାଏ। ଏହାର ସେବନ ଓଜନ କମ କରିବା ସହ ଲମ୍ବା ସମୟ ପର୍ୟ୍ୟନ୍ତ ଭୋକ କମ ରଖିଥାଏ। ଏଥିରେ ଥିବା ଭିଟାମିନ-ସି ଏବଂ ଆଣ୍ଟି-ଅକ୍ସିଡ଼େଣ୍ଟ ମେଟାବୋଲଜିମକୁ ସୁସ୍ଥ ରଖିଥାଏ।
-ଓଜନ କମ କରିବା ପାଇଁ ଖୁବ ଲାଭଦାୟକ କଲରା ଜୁସ୍। ଏହାକୁ ସବୁଠାରୁ ଭଲ ଆଣ୍ଟିଅକ୍ସିଡ଼େଣ୍ଟ କୁହାଯିବା ସହ ଏହା ଶରୀରକୁ ଡ଼ିଟକ୍ସ କରିଥାଏ।
Sign in
Sign in
Recover your password.
A password will be e-mailed to you.
