ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ ପାଣ୍ଡିଆନ ଆଜି ସକାଳେ ସତ୍ୟ ନଗର ସ୍ଥିତ ନୂଆ ବିଏମସି ବିଲଡିଂ ଏବଂ ‘ଓ’ ହବ୍ ଅଗ୍ରଗତିର ସମୀକ୍ଷା କରିଛନ୍ତି। ଯଥାକ୍ରମେ ଡେଲଏଟ୍ ଓ ଆଇବିଏମ ଦ୍ଵାରା କାର୍ଯ୍ୟକ୍ଷମ ହେବାକୁ ଥିବା ସମୟସୀମା ମଧ୍ୟରେ ନୂଆ ଡେଭଲପମେଣ୍ଟ ସେଣ୍ଟରର ନିର୍ମାଣ କାର୍ଯ୍ୟ ଶେଷ ହେବା ଉପରେ ଗୁରୁତ୍ଵାରୋପ କରିଥିଲେ ୫-ଟି ସଚିବ । ଦୁଇ ବଡ଼ ବହୁରାଷ୍ଟ୍ରୀୟ କଂପାନୀ ଦ୍ୱାରା ଖୋଲିବାକୁ ଥିବା ଡେଭଲପମେଣ୍ଟ ସେଣ୍ଟର ଯୋଗୁଁ ଅନେକ ନିଯୁକ୍ତି ସୁଯୋଗ ଯୁବକଙ୍କ ପାଇଁ ସୃଷ୍ଟି ହେବ । ଉଭୟ ଡେଲଏଟ ଓ ଆବିଏମ ପ୍ରଥମ ଥର ପାଇଁ ଓଡ଼ିଶାରେ ନିଜର ଅପରେସନ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ବର୍ଷ ଅକ୍ଟୋବର ମଧ୍ୟଭାଗ ସୁଦ୍ଧା ଉଭୟ ସେଂଟର କାର୍ଯ୍ୟକ୍ଷମ ହେବା ଲାଗି ଲକ୍ଷ୍ୟ ରଖାଯାଇଛି।
