Odia News Portal

କଟକ ସିଡିଏମଓ ଅଫିସ ଆଗରେ ଆତ୍ମଘୋଷିତ ସାମ୍ବାଦିକ ଏବଂ ଜଣେ ମହିଳା ପିଟାପିଟି

ଜଣେ ଆତ୍ମଘୋଷିତ ସାମ୍ବାଦିକ ଏବଂ ଜଣେ ମହିଳା ପିଟାପିଟି । ଜଣେ ମହିଳାଙ୍କୁ ସାମ୍ବାଦିକ କରାଇ ଦେବାକୁ କହି ପ୍ରତାରଣାରୁ ପିଟା ପିଟି । ସମ୍ପୃକ୍ତ ଆତ୍ମଘୋଷିତ ସାମ୍ବାଦିକଙ୍କ ନାଁ ରେ ଅଭିଯୋଗ କଲେ ଉକ୍ତ ମହିଳା । ସାମ୍ବାଦିକ କରାଇ ଦେବାକୁ କହି ଅନୈତିକ ସମ୍ପର୍କ ରଖିଥିବା ଅଭିଯୋଗ । ମହିଳା ଥାନାକୁ ଅଭିଯୋଗ ପାଇଁ ଗଲା ବେଳେ ସାମ୍ନାରେ ମିଳିଯିବାରୁ ପିଟାପିଟି । ସିଡିଏମଓ ଅଫିସ ସାମ୍ନାରେ ହାବୁଡି ଯିବାରୁ ପିଟାପିଟି ହେଲେ ଉଭୟ । ଗଣମାଧ୍ୟମ ସାମ୍ନାରେ ପରସ୍ପରକୁ ବିଧା , ଗୋଇଠା , ଚାପୁଡା ମାରିଲେ । ଏନେଇ ଯୁଵତୀ ଜଣଙ୍କ ମହିଳା ଥାନାରେ ଅକ୍ଷୟ ଦାସଙ୍କ ସମେତ ତିନି ଜଣଙ୍କ ନାଁରେ ଏତଲା ଦେଇଛନ୍ତି। ତେଵେ ଯୁଵତୀଙ୍କ ଅଭିଯୋଗ ଵାଵଦରେ ଅକ୍ଷୟ ଓ ତାଙ୍କ ସହଯୋଗୀ ମାନେ ମିଡିଆରେ ନିଜ ପକ୍ଷ ରଖିଵାକୁ ଆସିଥିବା ବେଳେ, ଯୁଵତୀ ଜଣଙ୍କ ଅକ୍ଷୟଙ୍କୁ ଚପଲରେ ପିଟିଵା ଆରମ୍ଭ କରିଥିଲେ ।