Odia News Portal

ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଆଇନ କଲେଜର ମୁଖ୍ୟ କିରାଣୀ

ଭିଜିଲାନ୍ସ ଜାଲରେ ଫସିଲେ ଢେଙ୍କାନାଳ ଆଇନ ମହାବିଦ୍ୟାଳୟର ମୁଖ୍ୟ କିରାଣୀ  ଉତ୍ତମ କୁମାର ରାଉତ। ଜଣେ ପୂର୍ବତନ ଛାତ୍ରଙ୍କୁ ଏଲଏଲବି ସାର୍ଟିଫିକେଟ ଦେବା ପାଇଁ ଉତ୍ତମ ରାଉତ ପ୍ରଥମେ ସଂପୃକ୍ତ ଛାତ୍ରଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପରେ ସେ ସାଢ଼େ ୮ ହଜାର ଟଙ୍କା ଦାବି କରିବା ସହ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା । ତାଙ୍କଠାରୁ ସଂପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯିବା ସହ ଢେଙ୍କାନାଳ ସହରରେ ଥିବା ତାଙ୍କ ବାସଭବନରେ ଚଢ଼ାଉ କରାଯାଇଛି । ମାମଲା ରୁଜୁ କରାଯାଇ ରାଉତଙ୍କ ବିରୋଧରେ ଅଧିକ ତଦନ୍ତ ଚାଲିଛି।