Odia News Portal

ଅସୁସ୍ଥ ପଦ୍ମଶ୍ରୀ କମଳା ପୂଜାରୀଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି

ଗୁରୁତର ଅସୁସ୍ଥ ପଦ୍ମଶ୍ରୀ କମଳା ପୂଜାରୀଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ଜୟପୁରରୁ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ତାଙ୍କୁ କଟକ ଅଣାଯାଇଛି। ଆଇସିୟୁରେ କମଳାଙ୍କ ଚିକିତ୍ସା ଜାରି ରହିଛି । ମାସକ ତଳେ ଅସୁସ୍ଥ ହୋଇ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ କମଳା। ପରେ ସୁସ୍ଥ ହେବାରୁ ଘରକୁ ଫେରିଥିଲେ।

ଗତ ରବିବାର ଦିନ ପୁଣି ଅସୁସ୍ଥ ହୋଇ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଜ୍ୱର ସହ ଝାଡାବାନ୍ତି ହେବାରୁ ତାଙ୍କର ଚିକିତ୍ସା କରାଯାଉଥିଲା । ହେଲେ କମଳା ଗୁରୁତର କିଡନୀ ରୋଗରେ ପୀଡିତ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।