Odia News Portal

ଇସ୍ତଫା ପରେ ଗୁଲାମନବୀଙ୍କ ବଡ଼ ଘୋଷଣା

ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଗୁଲାମନବୀ ଆଜାଦ ଶୁକ୍ରବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି, ଏହା ସହ ସେ ଏକ ବଡ଼ ଘୋଷଣା ମଧ୍ୟ କରିଛନ୍ତି।  ସେ ଜମ୍ମୁ-କାଶ୍ମୀର ଫେରି ଯାଇ ନିଜର ରାଜନୈତିକ ଦଳ ଗଢିବେ ବୋଲି କହିଛନ୍ତି। ତେବେ ଆଜାଦ ବିଜେପିରେ ଯୋଗ ଦେଉଥିବା ନେଇ ଖବରକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ମୋ ବିରୋଧୀମାନେ ଗତ ୩ ବର୍ଷ ହେଲା ମୁଁ ବିଜେପିକୁ ଯାଉଥିବା କହି ଆସୁଛନ୍ତି, ଏପରିକି ସେମାନେ ମୋତେ ଦେଶର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ମଧ୍ୟ କରିଛନ୍ତି।

ତେବେ ଗଣମାଧ୍ୟମ ସହ ଆଲୋଚନାରେ ସେ ନୂଆ ପାର୍ଟି ଗଢିବେ ବୋଲି କହିଛନ୍ତି। ଏହା ସହିତ ଜାତୀୟ ରାଜନୀତିକୁ ଜମ୍ମୁ-କାଶ୍ମୀର ରାଜନୀତି ମାଧ୍ୟମରେ ଫେରିବେ ବୋଲି ସେ ସୂଚିତ କରିଛନ୍ତି। ତେବେ ସେ ବିଜେପିରେ ସାମିଲ ହେବେ କି ବୋଲି ପ୍ରଶ୍ନର ଜବାବରେ ମୋ ବିରୋଧୀମାନେ ଗତ ୩ ବର୍ଷ ହେଲା ଏହି ଗୋଟିଏ କଥା କହି ଆସୁଥିବା ଆଜାଦ କହିଛନ୍ତି। ବିଜେପି ନେତାଙ୍କ ଫୋନ ଆସୁଛି କି ବୋଲି ପଚରା ଯିବାରେ ସେମାନଙ୍କ ଫୋନ କାହିଁକି ଆସିବ ବୋଲି ସେ ଓଲଟି ପଚାରିଛନ୍ତି।