ଏମକେସିଜି ମେଡିକାଲ କଲେଜ ହସପିଟାଲ୍ ସୁପର୍ ସ୍ପେଶିଆଲିଟି ବିଲଡିଂର ଚତୁର୍ଥ ମହଲାରେ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ଗୋଟାଏରେ ଅଗ୍ନିକାଣ୍ଡ ଘଟିଛି। ତେବେ ଏହା ବିଶେଷ ବ୍ୟାପି ପାରି ନଥିଲା। ମେଡିକାଲ କର୍ତ୍ତୃପକ୍ଷ ଓ ଅଗ୍ନିଶମ ବାହିନୀର ତତ୍ପରତା ଫଳରେ ସମସ୍ତ ରୋଗୀଙ୍କୁ ସୁରକ୍ଷିତ ବାହାର କରି ନିଆଯିବା ସହ ମାତ୍ର କିଛି କ୍ଷଣ ମଧ୍ୟରେ ସ୍ଥିତିକୁ ନିୟନ୍ତ୍ରଣ କରି ନିଆଯାଇ ଥିଲା। ବିଶେଷ କ୍ଷୟକ୍ଷତି ହୋଇ ନଥିବା ଜଣାଯାଇଛି।