Odia News Portal

ରାସ୍ତାରେ କୁମ୍ଭୀର, ଧରିବା ପାଇଁ ବନ ବିଭାଗ

ଉତ୍ତର ପ୍ରଦେଶରେ ପାହାଡ଼ ଉପରେ ମୂଶଳ ଧାରାରେ ବର୍ଷା ଲାଗି ରହିଛି, ଯେଉଁ କାରଣରୁ ପରିସ୍ଥିତି ଏବେ ବେହାଲ ହୋଇପଡ଼ିଛି। ଗଙ୍ଗାର ଜଳସ୍ତର ବୃଦ୍ଧି ପାଇ ନଦୀ ଏବେ ଉଛୁଳୁ ମୁଛୁଳୁ ଅବସ୍ଥାରେ ରହିଛି। ସହରର ଗଳିକନ୍ଦିରେ ରାସ୍ତା ଉପରେ ପାଣି ଚାଲିଥିବା ବେଳେ ନଦୀରେ ରହୁଥିବା ଛୋଟବଡ଼ ଜୀବଜନ୍ତୁ ଏବଂ ସରୀସୃପ ଜନବସତି ଭିତରକୁ ପଶି ଆସିଛନ୍ତି। ଏବେ ପ୍ରୟାଗରାଜରେ ଦେଖିବାକୁ ମିଳିଛି ଏମିତି ହିଁ ଘଟଣା। ଏଠାରେ ଶନିବାର ସକାଳେ ଗଙ୍ଗା ସନ୍ନିକଟ ସଲୋରୀ ଅଞ୍ଚଳରେ ଏକ କୁମ୍ଭୀର ରାସ୍ତା ଉପରକୁ ଚାଲି ଆସିଥିଲା। ୧୦-୧୨ ଫୁଟ୍ ଲମ୍ବର କୁମ୍ଭୀରକୁ ଦେଖି ଲୋକେ ଭୟଭୀତ ହୋଇ ପଡ଼ିଥିଲେ। କେହି କେହି ଭୟରେ ଛାତ ଉପରକୁ ଚଢ଼ି ଯାଇଥିଲେ। ଅଞ୍ଚଳର ସମସ୍ତ ଲୋକ ନିଜ ଘରର କବାଟ ବନ୍ଦ କରି ଦେଇଥିଲେ ଏବଂ ଏ ନେଇ ତୁରନ୍ତ ବନ ବିଭାଗ ଓ ପୋଲିସକୁ ଖବର ଦେଇଥିଲେ।ଖବର ପାଇ ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଥିଲା। କୁମ୍ଭୀରକୁ ଧରିବା ପାଇଁ ଟିମକୁ ନାକେଦମ୍ ହେବାକୁ ପଡ଼ିଥିଲା। ଅନେକ ପରିଶ୍ରମ ପରେ କୁମ୍ଭୀରକୁ ଧରାଯାଇ ପୁଣି ଥରେ ଗଙ୍ଗାରେ ଛାଡ଼ି ଦିଆଯାଇଥିଲା।ପ୍ରୟାଗରାଜର ସବୁଠାରୁ ଜନବହୁଳ ଅଞ୍ଚଳରେ ଭୟଙ୍କର କୁମ୍ଭୀର ପଶି ଆସିଥିବାର ଦେଖି ଲୋକ ମାନେ ଭୟରେ ଥରି ଉଠିଥିଲେ। ତେବେ ଯେଉଁ ଲୋକ ମାନଙ୍କ ଘର ସାମ୍ନାରେ କୁମ୍ଭୀର ଯାଉଥିଲା, ସେମାନେ ଭୟରେ ଥରି ଉଠୁଥିଲେ।ଲୋକମାନେ ତୁରନ୍ତ ଏ ନେଇ ବନ ବିଭାଗକୁ ଖବର ଦେଇଥିଲେ। ପାଖାପାଖି ୫ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ବନ କର୍ମୀମାନେ ଅଞ୍ଚଳବାସୀଙ୍କ ସହଯୋଗରେ କୁମ୍ଭୀରକୁ ଧରିବାରେ ସଫଳ ହୋଇଥିଲେ। ପ୍ରତ୍ୟେକ୍ଷ ଦର୍ଶୀଙ୍କ କହିବା ହେଲା, କୁମ୍ଭୀରଟି ଏତେ ବିଶାଳକାଳ ଏବଂ ଭୟଙ୍କର ଥିଲା ଯେ ସେ ଗଳି ଭିତରେ ବୁଲୁଥିବା ଅନେକ ଘୁଷୁରୀଙ୍କୁ ମଧ୍ୟ ଖାଇ ଯାଇଛି।