Odia News Portal

ପ୍ରଜ୍ଞା ପାରମିତା ଆତ୍ମହତ୍ୟା ଘଟଣାରେ ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ପ୍ରଜ୍ଞା ପାରମିତା ଆତ୍ମହତ୍ୟା ଘଟଣାରେ ଆସିଲା ବ୍ୟବଛେଦ ରିପୋରଟ। ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଶରୀରର ଅନ୍ୟ କୌଣସି ସ୍ଥାନରେ କ୍ଷତ ଚିହ୍ନନାହିଁ। ବିଷକ୍ରିୟା ହୋଇଛି କି ନାହିଁ ଭିସେରା ରିପୋର୍ଟରୁ ଜଣାପଡିବ।

ସେପଟେ ସନ୍ଦେହ ଘେରରେ ପ୍ରଜ୍ଞାଙ୍କ ସ୍ୱାମୀ ଓ ପଡୋଶୀ। ରାତିରେ ପଡୋଶୀ ଘରେ ଭୋଜି ପରେ ସକାଳ ୬ଟା ୩୭ ମିନିଟ୍‌ରେ ନିଜ ଘରକୁ ଯାଉଥିବା CCTVରେ ଦେଖିବାକୁ ମିଳିଛି । ପୁଣିଥରେ ୭ଟା ୧୫ ମିନିଟ୍‌ ଏବଂ ୭ଟା ୪୨ରେ ଯାଆସ କରୁଥିବା ସିସିଟିଭିରେ କଏଦ ହୋଇଛି । ଶେଷଥର ପାଇଁ ତାଙ୍କ ସ୍ୱାମୀ ୮ଟା ୪୭ରେ ଘରକୁ ଯାଉଥିବା ଦେଖିବାକୁ ମିଳୁଛି ।

ତେବେ ଘଣ୍ଟାଏ ୫ ମିନିଟ୍‌ ମଧ୍ୟରେ ଆତ୍ମହତ୍ୟା ଘଟିଥିବା ଅନୁମାନ କରାଯାଉଛି । ଗତ ୨୫ ତାରିଖରେ ମଞ୍ଚେଶ୍ୱର ଥାନା ଭାଗବତ ସନ୍ଧାନ ଅଞ୍ଚଳର ଏକ ବନ୍ଦ ଘରୁ ପ୍ରଜ୍ଞାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସ୍ୱାମୀଙ୍କ ପରକୀୟା ପ୍ରୀତି ଯୋଗୁ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।