ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ ଆତ୍ମତହ୍ୟା ମାମଲା ଦିନକୁ ଦିନ ରହସ୍ୟମୟ ହେଉଛି । ପୁଲିସ ସୌମ୍ୟଜିତ୍ଙ୍କୁ ଗିରଫ କରୁନଥିବା ବେଳେ ତାଙ୍କ ବିରୋଧରେ ପ୍ରତିଦିନ ପୁଲିସ ହାତରେ ଏକାଧିକ ପ୍ରମାଣ ଲାଗୁଛି । ରବିବାର ସୌମ୍ୟଜିତ୍ଙ୍କ ବିରୋଧରେ ଆଉ ଏକ ପ୍ରମାଣ ଲାଗିଛି । ଶ୍ୱେତାଙ୍କ ଆଉ ଏକ ହ୍ୱାଟ୍ସଆପ୍ ଚାର୍ଟ ସାମ୍ନାକୁ ଆସିିଛି । ତେବେ ପୁଣି ଏକ ହ୍ୱାଟସଆପ ଚାଟ୍ ଆସିଛି । ସୌମ୍ୟଜିତ୍ଙ୍କ ସହ ବିବାହ ଠିକ୍ ହେବା ପୂର୍ବରୁ ବ୍ରେକଅପ ହୋଇଯାଇଥିଲା । ଶ୍ୱେତାଙ୍କୁ ଅପମାନିତ କରିବା ସହିତ ନିର୍ଯାତନା ଦେଉଥିଲେ ସୌମ୍ୟଜିତ୍ । ଶ୍ୱେତାଙ୍କ ଲାଇଫ୍ ସହ ଖେଳୁଥିବା ନେଇ ମେସେଜରେ ସ୍ପଷ୍ଟ ଜଣାପଡୁଛି । ଶ୍ୱେତା ବ୍ୟାଙ୍କରୁ ୨ ଲକ୍ଷ ୩୦ ହଜାର ଟଙ୍କାର ବ୍ୟକ୍ତିଗତ ଋଣ କରିଥିବା ନେଇ ତଥ୍ୟ ସାମ୍ନାକୁ ଆସିଥିଲା । ତାଙ୍କ ବ୍ୟାଙ୍କ ଟ୍ରାଞ୍ଜାକ୍ସନ ଏବଂ ସୁଇସାଇଡ କରିଥିବା ଆପାର୍ଟମେଣ୍ଟରୁ ଜବତ ଡାଏରୀରୁ ପୋଲିସ ହାତରେ ମଧ୍ୟ ସୁରାକ ଲାଗିଛି । ଶ୍ୱେତାଙ୍କ ୪ ଜଣ ସାଙ୍ଗକୁ ମଧ୍ୟ ପୋଲିସ ପଚରାଉଚରା କରିଛି ।