Odia News Portal

ମହିଳାଙ୍କ ତଣ୍ଟି ଚିପି ହତ୍ୟା

ସ୍ତ୍ରୀର ତଣ୍ଟି ଚିପି ହତ୍ୟା ଅଭିଯୋଗ। ଥାନାରେ ଅଭିଯୋଗ ଆଣିଲେ ସ୍ୱାମୀ। ସ୍ୱାମୀଙ୍କ ଅନୁପସ୍ଥିତିରେ କେହି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ସ୍ୱାମୀ ଅନନ୍ତ ନାରାୟଣ ନାଥ। ବେକରେ ଦାଗ ଚି଼ହ୍ନ ଥିବାରୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ୍ । ମୃତ ଶୁଭଶ୍ରୀ ମହାପାତ୍ରଙ୍କ ମୃତଦେହକୁ ବ୍ୟବଛେଦ ପାଇଁ ପଠାଇଛି ପୋଲିସ୍। ଏହି ଭଳି ଏକ ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ବର ସ୍ଥିତ ଖାରବେଳ ନଗର ଥାନା ଶାସ୍ତ୍ରୀନଗର ଅଞ୍ଚଳରେ।