Odia News Portal

ପିଟିସନ ପ୍ରତ୍ୟାହାର କଲେ ବର୍ଷା

ସାଂସଦ ଅନୁଭବ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲା । ହାଇକୋର୍ଟରୁ ପିଟିସନ ପ୍ରତ୍ୟାହାର କଲେ ପତ୍ନୀ ବର୍ଷା ପ୍ରିୟଦର୍ଶନୀ । ବିବାହ ବିଚ୍ଛେଦ ମାମଲାରେ ସାନି ସାକ୍ଷଗ୍ରହଣ ଆବେଦନ କରିଥିଲେ ବର୍ଷା । ଅନୁଭବଙ୍କ ଆଉ ଥରେ ସାକ୍ଷ୍ୟ ଗ୍ରହଣ ପାଇଁ ବର୍ଷା ଆବେଦନ କରିଥିଲେ ।ତଳ କୋର୍ଟରେ ଆବେଦନ ଅଗ୍ରାହ୍ୟ ହେବାରୁ ହାଇକୋର୍ଟ ଆସିଥିଲେ ବର୍ଷା ।
ସୂଚନା ଅନୁଯାୟୀ , ଷ୍ଟାର୍ ଦମ୍ପତ୍ତି ଅନୁଭବ ଓ ବର୍ଷାଙ୍କ ପାରିବାରିକ ବିବାଦ ୦୨ ଜୁନରେ ଏକ ଭିନ୍ନ ମୋଡ଼ ନେଇଥିଲା । ଅନୁଭବଙ୍କ ପତ୍ନୀ ବର୍ଷା ଶାଶୁଘର ଛାଡ଼ି ଅନ୍ୟତ୍ର ରହିବେ ବୋଲି କୋର୍ଟ କହିଥିଲେ । ଘରଭଡ଼ା ପାଇଁ ପ୍ରତି ମାସର ୧୦ ତାରିଖ କିମ୍ବା ତା ପୂର୍ବରୁ ମାସିକ ୩୦ ହଜାର ଟଙ୍କା ଅନୁଭବ ପ୍ରଦାନ କରିବେ ଏବଂ ପ୍ରଥମ ଟଙ୍କା ପାଇବାର ୨ ମାସ ମଧ୍ୟରେ ବର୍ଷା ଘର ଛାଡ଼ିବେ ସହ ରାୟର ୨ ମାସ ଭିତରେ ଏହି ନିର୍ଦ୍ଦେଶ କାର‌୍ୟ୍ୟକାରୀ କରିବା ଲାଗି କୋର୍ଟ କହିଥିଲେ ।