Odia News Portal

ଦିଲ୍ଲୀ ଆଜାଦ ନଗରରେ ଭୁଶୁଡିଲା ନିର୍ମାଣାଧୀନ ୪ ମହଲା କୋଠା,୩ମୃତ

ଦିଲ୍ଲୀ ଆଜାଦ ନଗରରେ ଅଘଟଣ। ଭୁଶୁଡିଲା ନିର୍ମାଣାଧୀନ ୪ ମହଲା କୋଠା। ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଛି। ଏହା ସହିତ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ସ୍ଥାନୀୟ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଏବେବି ମାଟିତଳେ ଅନେକ ଶ୍ରମିକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି।

ସୂଚନା ପାଇ ଘଟଣାସ୍ଥଳରେ NDRF ଟିମ୍‌ ପହଞ୍ଚି ରେସକ୍ୟୁ ଅପରେସନ୍‌ ଜାରି ରଖିଛି। ସୂଚନା ମୁତାବକ , ଆଜାଦ ମାର୍କେଟରେ ଏକ ବିଲଡିଙ୍ଗ କାମ ଚାଲିଥିଲା। ଆଜି ସକାଳେ ହତାଠ୍‌ ଏହା ଭୁଶୁଡି ପଡିଥିଲା। ଖବର ମିଳିବା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସ୍ଥାନୀୟ ଲୋକ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି।