Odia News Portal

ଲେଭାନା ସୁଇଟ୍ସ ହୋଟେଲ୍‌ ଅଗ୍ନିକାଣ୍ଡ

ଲେଭାନା ସୁଇଟ୍ସ ହୋଟେଲ୍‌ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟନୁଷ୍ଠାନ । ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ସେପ୍ଟେମ୍ବର ୫ ତାରିଖରେ ଘଟିଥିବା ଏହି ଘଟଣାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି ସରକାର । ୧୯ ଅଫିସର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଉତ୍ତର ପ୍ରଦେଶ ସରକାର। ସେଥିମଧ୍ୟରୁ ସୁରକ୍ଷାରେ କୋହଳ ଯୋଗୁ ୧୫ ଜଣଙ୍କୁ ନିଲମ୍ବିତ କରାଯାଇଛି। ଶନିବାର ରାତିରେ ଏହି ନିର୍ଦ୍ଦେଶ ଜାରି କରିଛନ୍ତି ଉତ୍ତର ପ୍ରଦେଶ ସରକାର। ସେପ୍ଟେମ୍ବର ୫ ତାରିଖରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ୪ ଜଣଙ୍କର ଜୀବନ ଯାଇଥିଲା। ଏକାଧିକ ଆହତ ହୋଇଥିଲେ।

କେବଳ ସେତିକି ନୁହେଁ ପୂର୍ବ ନିୟମ ଅନୁସାର ଅବସରପ୍ରାପ୍ତ ଅଫିସରଙ୍କର ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ମିଳିଛି। କିଛି ଫାୟାର ଅଫିସରଙ୍କ ବିରୋଧରେ ବିଭାଗୀୟ ତଦନ୍ତ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି।