ଦକ୍ଷିଣ ପଶ୍ଚିମ ନାଇଜେରିଆରେ ଏକ ବସ୍ ଦୁର୍ଘଟଣାରେ ୨୦ ଜଣଙ୍କର ମୃତ୍ୟୁ। ବସ୍ ସହ ଅନ୍ୟ ଏକ ବାହାନ ଧକ୍କା ହେବା କାରଣରୁ ସେଥିରେ ନିଆଁ ଲାଗିଯାଇଥିଲା ଓ ଯାତ୍ରୀମାନଙ୍କର ପୋଡି ଯାଇ ମୃତ୍ୟୁ ହୋଇଛି। ପୋଲିସ ଓ ଅଧିକାରୀମାନେ ଏହି ବିଷୟରେ ସୂଚନା ଦେଇ କହିଛନ୍ତି, ଶନିବାର ଏହି ଦୁର୍ଘଟଣା ହୋଇଛି। ଓୟୋ ରାଜ୍ୟର ଇବାରାପା ଅଞ୍ଚଳରେ ଥିବା ଲାନଲେଟ୍ରେ ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟିଛି।
ସମାଚାର ଏଜେନ୍ସି ଏଏଫ୍ପିର ସୂଚନା ଅନୁସାରେ, ଇବାରାପା ଜିଲ୍ଲାର ଅଧ୍ୟକ୍ଷ ଗଙ୍ଗେଗା ଓବାଲୋଭୋ କହିଛନ୍ତି, ଏହା ଏକ ଭୟଙ୍କର ଦୁର୍ଘଟଣା ଥିଲା । ଆମେ ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଥିବା ୨୦ ରୁ ଅଧିକ ମୃତଦେହକୁ ଉଦ୍ଧାର କରିଥିଲୁ।’ ଓବାଲୋଭା ଏହି ଦୁର୍ଘଟଣା ପାଇଁ ଚାଳକଙ୍କୁ ଦାୟୀ କରିଛନ୍ତି। ବସ୍ ଚାଳନ ଦୃତ ଗତି ଓ ବେପରୁଆ ଭାବରେ ବାହନ ଚଳାଉଥିଲେ। ଯାତ୍ରୀଙ୍କୁ ନେଉଥିବା ବସ୍ ଆଗରୁ ଆସୁଥିବା ଦୁଇଟି ବାହନ ସହିତ ମାଡ ହୋଇଯାଇଥିଲା, ଯାହାଫଳରେ ବସ୍ରେ ନିଆଁ ଲାଗିଯାଇଥିଲା। ଦୁର୍ଘଟଣାରେ ଗୁରୁତର ଥିବା ଲୋକଙ୍କୁ ହସ୍ପିଟାଲ ଅଣାଯାଇ ଚିକିତ୍ସା କରାଯାଉଛି । ମୃତକଙ୍କ ପରିଚୟ ମିଳିପାରିନି। ନାଇଜେରିଆର ଖରାପ ରାସ୍ତା ଓ ଦ୍ରୁତ ଗତିରେ ଗାଡି ଚାଳନା ଯୋଗୁଁ ଏଭଳି ଅନେକ ଦୁର୍ଘଟଣା ପୂର୍ବରୁ ଦେଖିବାକୁ ମିଳିଛି।