Odia News Portal

ପାଦ ପ୍ରସାରିତ କରି ଚାଲୁଛି ସାପ

ସାପର ଗୋଡ଼ ନଥାଏ। ଏହା ଘୁଷୁରି ଘୁଷୁରି ଭୂଇଁ ଉପରେ ଚାଲେ। ହେଲେ ଏବେ ଆପଣଙ୍କୁ ଯଦି କହିବି ସାପ ତାର ଗୋଡ଼ରେ ଚାଲୁଛି ବୋଲି ଆପଣ କେବେ ବିଶ୍ୱାସ କରିବେ ନାହିଁ । କିନ୍ତୁ ଆପଣ ଏବେ ଯେଉଁ ଭିଡ଼ିଓ ଦେଖିବେ ସେଥିରେ ମୋ ସହ ଏକମତ ହେବେ । ଜଣେ ବ୍ୟକ୍ତିଙ୍କ ମନରେ ଏହି କଥା ବହୁତ ପ୍ରଭାବ ପକାଇଥିଲା କି ସାପ ଘୁଷୁରି ଘୁଷୁରି ନୁହେଁ , ତାର ଗୋଡ଼ରେ କେମିତି ଚାଲିବ । ଯାହାକି ସେ ସାପକୁ ଗୋଡ଼ ଦ୍ୱାରା ଚଲେଇବାକୁ ଏକ ଅଦ୍ଭୁତ ଚିନ୍ତା ମନରେ ବାହାର କଲେ। ଆଉ ତାହାକୁ ସାକାର କରି ଦେଖେଇଛନ୍ତି । ପେଶାରେ ଜଣେ ଇଂଜିନିୟର ତଥା ୟୁଟ୍ୟୁବର ଥିବା ଏଲେନ ପାନ୍‌ ନାମକ ଏହି ବ୍ୟକ୍ତି ଏକ ସ୍ୱତନ୍ତ୍ର ରୋବଟ ତିଆରି କରିଛନ୍ତି,  ଯାହାକି ସାପକୁ ଗୋଡ଼ ଦ୍ୱାରା ଚାଲିବାରେ ସାହାଯ୍ୟ କରିବ।

ଏହାର ଭିଡ଼ିଓ ଏହି ସମୟରେ ସୋସିଆଲ ମିଡ଼ିଆରେ ଖୁବ୍‌ ଭାଇରାଲ ହେଉଛି ଏବଂ ଲୋକେ ଏହି ଅଜବ ଆବିଷ୍କାରକୁ ନେଇ ଅନେକ ପ୍ରତିକ୍ରିୟା ଦେଉଛନ୍ତି । ଲସ୍‌ ଆଞ୍ଜେଲସ୍‌ରେ ରହୁଥିବା ଏଲେନ୍‌ ପାନ୍‌ଙ୍କର ଏହି ଅଦ୍ଭୁତ ଡିଭାଇସ୍‌ଟିକୁ ନେଇ ଚର୍ଚ୍ଚା ଚାଲିଛି । ଏଥିରେ ଏକ ଲମ୍ୱା ଟ୍ୟୁବ୍‌ ମାଧ୍ୟମରେ ୪ଟି ପ୍ଲାଷ୍ଟିକ୍‌ ପାଦ ଖଞ୍ଜା ଯାଇଛି , ଯାହା ସାପକୁ ଆରାମରେ ଚାଲିବାକୁ ସାହାଯ୍ୟ କରିବ।

ନିଜର ୟୁଟ୍ୟୁବ୍‌ ଭିଡ଼ିଓ ମାଧ୍ୟମରେ ଏଲେନ୍‌ କହିଛନ୍ତି କି ସାପର କୋଟି କୋଟି ବର୍ଷ ପୂର୍ବେ ପାଦ ଥିଲା , ହେଲେ ଧିରେ ଧିରେ ତାହା ଅଦୃଶ ହୋଇଗଲା । ଆଉ ଏହାପରେ ଏହି ଜୀବଟି ବିନା ଗୋଡ଼ରେ ଚଳପ୍ରଚଳ କଲା । ଏଲେନ୍‌ଙ୍କୁ ସାପ ବିନା ଗୋଡ଼ରେ ଚାଲିବାକୁ ପସନ୍ଦ ଆସିଲାନି । ସେ ନିଜର ବୁଦ୍ଧି ଖଟେଇ ତା ପାଇଁ କୃତ୍ରିମ ପାଦ ତିଆରି କଲେ । ଯେବେ ଚାହିଁବ ସେ ଘୁଷୁରି ଘୁଷୁରି ଯିବ , ଆଉ ଯେବେ ଚାହିଁବ ଚାଲି ପାରିବ। ସାପ ପାଳୁଥିବା ଏନ୍ଥୋନୀ ଜାୱାଲା ନାମକ ବ୍ୟକ୍ତିଙ୍କ ସହ ମିଶି ଏଲନ୍‌ ନିଜର ଏହି ଡିଭାଇସର ଟେଷ୍ଟିଂ ଆରମ୍ଭ କଲେ । ଆଉ ଖୁସିରେ ତାଙ୍କ ମନ ନାଚି ଉଠିଲା । କାରଣ ସେହି ସ୍ୱତନ୍ତ୍ର ଡିଭାଇସରେ ସାପଟି ଚାଲୁଥିଲା । ଏଲନ ସାପକୁ ଟ୍ୟୁବ୍‌ ଭିତରେ ପୂରାଇ ଥିଲେ । ଏହାପରେ ରୋବୋଟିକ୍‌  ଗୋଡ଼ ଦ୍ୱାରା ସାପ ଆଗକୁ ଆଗକୁ ଚାଲିଥିଲା । ହେଲେ ସାପ ସେହି କୃତ୍ରିମ ପାଦକୁ କଣ୍ଟ୍ରୋଲ କରିପାରୁ ନଥିଲା , କିନ୍ତୁ ଏହା ଦ୍ୱାରା ପ୍ରଥମ କରି ସେ ଜୀବଟି ଚାଲିବାରେ ସହଜ ମନେ କରୁଥିଲା ।

ସୋସିଆଲ ମିଡ଼ିଆରେ ଉକ୍ତ ଭିଡ଼ିଓଟିକୁ ଦେଖି ସମସ୍ତେ ପସନ୍ଦ କରିଛନ୍ତି । ଆଉ ଅନେକ ଲାଇକ୍‌ସ ମିଳିଛି । ଏହାସହ ଏହି ଡିଭାଇସର ଆବିଷ୍କାରକ ଏଲନ ପାନଙ୍କୁ ଖୁବ୍‌ ପ୍ରଶଂସା ମିଳୁଛି ।