ଧର୍ମଗଡ଼ ବ୍ଲକ୍ ଜୟନ୍ତପୁର ପଂଚାୟତ ଜୟନ୍ତପୁର ଗ୍ରାମରେ ଡାଇରିଆ ପାଦୁର୍ଭାଵ ଦିନ କୁ ଦିନ ଉକୃଷ୍ଟ ହେବାରେ ଲାଗିଛି । ଯାହା ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି । ପର୍ଲା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରୁ ଏକ ଟିମ୍ ଗାଁ କୁ ପହଞ୍ଚି ଘର ଘର ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଅନୁଧ୍ୟାନ ରୁ ଗ୍ରାମର ଅନେକ ଲୋକ ଆକ୍ରାନ୍ତ ଥିବା ଜଣାପଡିଛି । ସେମାନେ ଙ୍କୁ ସଚେତନ କରିବା ସହିତ ମେଡିସିନ ଓ ଆର ଏସ ପ୍ୟାକେଟ ବଣ୍ଟନ କରାଯାଇଥିଲା। ତେବେ ଟ୍ୟାଙ୍କ ମାଧ୍ଯମରେ ଯୋଗାଉଥିବା ପାଣି ବ୍ୟବହାର କରୁଥିବାହେତୁ ଆକ୍ରାନ୍ତ ହେଉଥିବା ଡାକ୍ତରୀ ଟିମ୍ ସନ୍ଦେହ କରୁଛି । ଇତି ପୂର୍ବରୁ ଗ୍ରାମର ଲିଙ୍ଗରାଜ ନାଏକ ବୟସ (୪୭)ଙ୍କ ଝାଡା ବାନ୍ତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣା ରେ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ କୁହାଯାଉଛି । ବର୍ତମାନ ପାଞ୍ଚ ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ବେଳେ ଜଣେ ଘରୋଇ ମେଡିକାଲ ଜୁନାଗଡ଼ ରେ ଭର୍ତ୍ତି କରାଯାଇଛି ।ତେବେ ସ୍ୱାସ୍ଥ୍ୟ ବିଭାଗ ଗାଁ କୁ ଆସି କେବଳ ଘଣ୍ଟେ ଅଧେ ରହି ଫେରି ଯାଉଥିବା ରୁ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଉଛି। ଗୋଟିଏ ପଟେ ଡାଇରିଆ ନିୟନ୍ତ୍ରଣ ରହିଥିବା ଡାକ୍ତରୀ ଟିମ୍ ପ୍ରକାଶ କରୁଥିବା ବେଳେ ଆଜି ପୁଣି ଜଣେ ଝାଡ଼ାବାନ୍ତି ହେବାରୁ ତୁରନ୍ତ ପର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ପଠାଯାଇଛି । କେବଳ ମହିଳା ସ୍ୱାସ୍ଥ୍ୟ କର୍ମୀ ଦିନ ରାତି ଘର ଘର ବୁଲି ପ୍ରାଥମିକ ଚିକିତ୍ସା ଯୋଗାଉଛନ୍ତି।ଅନ୍ୟପଟେ କୋଉ କାରଣ ଲାଗି ଡ଼ାଇରିଆ ଦେଖାଦେଇଛି ସ୍ୱାସ୍ଥ୍ୟ ବିଭାଗ ଅନ୍ଧାର ରେ ବାଡ଼ି ବୁଲାଉଛି।ପ୍ରକୃତ କାରଣ ବିଭାଗ ପକ୍ଷରୁ କୁହା ଯାଉ ନ ଥିବା ବେଳେ କେବଲ ସନ୍ଦେହ ଭାବେ ପାଣି ଟ୍ୟାଙ୍କ ରୁ ଯୋଗାଉଥିବା ପାଣିରୁ ବ୍ୟାପୁ ଥିବା ଅନୁମାନ କରୁଛି। ଅନ୍ୟପଟେ ଫୁଡ୍ ଇନ୍ସପେକ୍ଟର ଜୟନ୍ତ ପୁର ପହଞ୍ଚି ଗ୍ରାମର ବିଭିନ୍ନ ଦୋକାନ ରୁ ଖାଇବା ତେଲ ,ଖୋଲା କେକ , ଖୋଲା ମିକ୍ସଚର , ପର୍ଲେଜି ବିସ୍କୁଟ ନମୁନା ସଂଗ୍ରହ କରିଛି। ଗ୍ରାମରେ ଡାକ୍ତରୀ ଟିମ ୨୪ଘଣ୍ଟା ରହି ଲୋକଙ୍କୁ ସେବା ଯୋଗାଇ ଦେବା କୁ ଗ୍ରାମବାସୀ ଙ୍କ ଦାବୀ ହେଉଛି ।