Odia News Portal

ମୁମ୍ୱାଇରେ ଆଜି ଶିଳ୍ପପତିଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହେବାକୁ ଥିବା ‘ଓଡିଶା ଇନଭେଷ୍ଟର୍ସ ମିଟ’ରେ ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ଉଦ୍ୟୋଗପତିମାନଙ୍କ ସହ ଆଲୋଚନା କରିବେ । ଆଦିତ୍ୟ ବିର୍ଲା ଗ୍ରୁପର ମୁଖ୍ୟ କୁମାର ମଙ୍ଗଳମ୍ ବି ର୍ଲା, ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲଙ୍କ ଭଳି ପ୍ରମୁଖ ଶିଳ୍ପପତିଙ୍କ ସହ ଦୁଇଟି ପର୍ଯ୍ୟାୟରେ ପ୍ରତ୍ୟକ୍ଷ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ। ଏଥିସହ ଏ ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ହେବାକୁ ଥିବା ‘ମେକ୍‌ ଇନ୍‌ ଓଡ଼ିଶା’ ସମ୍ମିଳନୀରେ ଯୋଗଦେବାକୁ ଶିଳ୍ପପତିଙ୍କୁ ନିମନ୍ତ୍ରଣ କରିବେ ମୁଖ୍ୟମନ୍ତ୍ରୀ । ମେକ ଇନ୍ ଓଡିଶା ସମ୍ମିଳନୀ ପୂର୍ବରୁ ନିବେଶକଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରିବା ପାଇଁ ପୂର୍ବରୁ ଦୁବାଇ ଓ ଦିଲ୍ଲୀରେ ଦେଶବିଦେଶର ପ୍ରମୁଖ ଉଦ୍ୟୋଗପତିଙ୍କୁ ସାକ୍ଷାତ କରିଥିଲେ ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ପୂର୍ବାହ୍ନରେ ତାରିଖ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଯାଇ ଓପନିଂ ବେଲ୍‌ ବଜାଇ କାରବାର ଆରମ୍ଭ କରିବେ । ପ୍ରତିଦିନ ସକାଳ ୯ଟାରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଖୋଲୁଥିବାବେଳେ କାରବାର ଆରମ୍ଭ ପୂର୍ବରୁ ଏହି ଓପନିଂ ବେଲ୍‌ ବଜାଇବାର ପରମ୍ପରା ରହିଛି । ବେଲ୍‌ ବାଜିବାର ୧୫ ମିନିଟ ପରେ ବିଏସଇରେ କାରବାର ଆରମ୍ଭ ହୋଇଥାଏ।