Odia News Portal

ଲଣ୍ଡନ ଯିବେ ଦ୍ରୈାପଦୀ ମୁର୍ମୁ

ଲଣ୍ଡନ ଯିବେ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ । ସେପ୍ଟେମ୍ବର ୧୭ ରୁ ୧୯ ପର୍ଯ୍ୟନ୍ତ ଲଣ୍ଡନରେ ରହିବେ ରାଷ୍ଟ୍ରପତି । ପରଲୋକଗତ ରାଣୀ ଏଲିଜାବେଥଙ୍କ ଶେଷକୃତ୍ୟ ରେ ଯୋଗଦେବେ । ଶେଷକୃତ୍ୟରେ ଯୋଗଦେବେ , ଭାରତ ପକ୍ଷରୁ ଶୋକବ୍ୟକ୍ତ କରିବେ । ସ୍କୁଲରେ ଦିଆଯାଉଥିବା ଖାଦ୍ୟରେ ପିଲାଙ୍କ ପେଟ ପୁରୁନି ବୋଲି ଅଭିଯୋଗ ।
ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ କ୍ରିୟା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆସନ୍ତା ସେପ୍ଟେମ୍ବର ୧୯ ତାରିଖରେ ହେବ ମହାରାଣୀଙ୍କ ଅନ୍ତିମକ୍ରିୟା । ଏହିଦିନ ୧୦ ଲକ୍ଷରୁ ଅଧିକ ଲୋକ ଲଣ୍ଡନରେ ଜମା ହେବାର ଆକଳନ କରାଯାଉଛି । ଆଜି ସନ୍ଧ୍ୟା ୫ଟାରୁ ରାଣୀଙ୍କ ପାର୍ଥିବ ଶରୀରକୁ ଲଣ୍ଡନର ‘ୱେଷ୍ଟମିନଷ୍ଟରରେ ଆବେ’ରେ ରଖାଯିବ । ୧୯ ତାରିଖ ଅର୍ଥାତ୍ ଆସନ୍ତା ସୋମବାର ସକାଳ ସାଢେ ୬ଟା ପର‌୍ୟ୍ୟନ୍ତ ମହାରାଣୀଙ୍କ ପାର୍ଥିବ ଶରୀର ସେଠାରେ ରହିବ । କୁହାଯାଉଛି ଏହିଦିନ ରାଣୀଙ୍କ ଅନ୍ତିମ ଦର୍ଶନ ପାଇଁ ଲୋକଙ୍କୁ ୫ କିଲୋମିଟର ଲମ୍ବା ଲାଇନରେ ଛିଡାହେବାକୁ ପଡିପାରେ । ଆଉ ସବୁ ପ୍ରକ୍ରିୟା ରାଜ ପରିବାରର ପ୍ରୋଟକଲ ଅନୁଯାୟୀ କରାଯିବ । ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଶତାଧିକ ଦେଶର ରାଷ୍ଟ୍ରାଧ୍ୟକ୍ଷ ସାମିଲ ହେବା ନେଇ ଆଶା କରାଯାଉଛି । ବ୍ରିଟେନରେ ଏହି ଦିନ ସାର୍ବଜନୀନ ଛୁଟି ଘୋଷଣ କରାଯାଇଛି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ମହାରାଣୀଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବେ । ଏହାଛଡା ଫ୍ରାନ୍ସର ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ଏବଂ କାନାଡାର ରାଷ୍ଟ୍ରପତି ଜଷ୍ଟିନ ଟ୍ରୁଡୋ ଲଣ୍ଡନର ପହଞ୍ଚିବେ ।