Odia News Portal

କାଲି ସିଲ୍‌ ହୋଇଥିଲା,ଆଜି ବସିଲା ମଟନ୍ ହଣ୍ଡା

ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ପାଖରେ ଥିବା ଲୋକପ୍ରିୟ କିଶୋର ଭାଇନା ହୋଟେଲକୁ ବୁଧବାର ବିଏମସି ସିଲ୍ କରିଥିଲା । ଏକ୍ସପାଏର ସସ୍ , ଅସ୍ୱାସ୍ଥ୍ୟକର ପରିବେଶ ତଥା ନିମ୍ନ ମାନର ଖାଦ୍ୟ ଦେଖି ଫୁଡ୍ ରେଜିଷ୍ଟ୍ରେସନ ବାତିଲ କରିଦେଇଥିଲା ବିଏମସି । ଏହାସହ ଫାଇନ୍ ମଧ୍ୟ କାଟିଥିଲା । ହେଲେ ଆଜି ସକାଳୁ ସକାଳୁ ପୁଣି ଖୋଲିଛି କିଶୋର ଭାଇଙ୍କ ମଟନ ଦୋକାନ । ଚୁଲିରେ ବସିଛି ମଟନ ହଣ୍ଡା । ଚାଲିଛି ରୋଷେଇ । ତେଣୁ ରାତାରାତି କିପରି ବିଏମସିର କଟକଣା ଉଠିଗଲା ନା ଏହା ପଛରେ ଆଉ କିଛି ଅଛି ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।ଯଦି ଖାଦ୍ୟର ମାନ ଯୋଗୁ ଏହି ହୋଟେଲକୁ ସିଲ୍ କରାଯାଇଥିଲା, ତେବେ ତାହା ପୁଣି କିପରି ଦିନକରେ କାର‌୍ୟ୍ୟକ୍ଷମ ହେଲା, ଏଥିନିମନ୍ତେ କିଏ ଅନୁମତି ଦେଲା ତାକୁ ନେଇ ଉଠିଛି ପ୍ରଶ୍ନ।