କଟକର ଜବତ ମେଡିସିନ୍ ନକଲି ଥିବା ସ୍ପଷ୍ଟ ହେଲା । ଲବୋରେଟୋରି ରିପୋର୍ଟ ଆସିବା ପରେ ଔଷଧ ନକଲି ଥିବା ସ୍ପଷ୍ଟ । ଉଚ୍ଚ ରକ୍ତଚାପ ଔଷଧ ଟେଲମା -୪୦ ନକଲି ଥିବ ସ୍ପଷ୍ଟ ହେଲା । ଔଷଧ ନକଲି ନେଇ ସୂଚନା ଦେଲେ କଟକ ଡିସିପି ପିନାକ ମିଶ୍ର । ୨ ଅଭିଯୁକ୍ତ ଆକାଉଣ୍ଟରୁ ୧୨ ଲକ୍ଷ ଟଙ୍କା ଫ୍ରିଜ କରାଯାଇଛି । ଅନେକ ଗୁରୁତ୍ୱପୁର୍ଣ୍ଣ ତଥ୍ୟ ହାତକୁ ଲାଗିଛି । ଏ ନେଇ ଅଧିକ ତଦନ୍ତ ଚାଲିଥିବା କହିଛନ୍ତି ଡିସିପି ।