ଦୀର୍ଘ ବର୍ଷ ଧରି ଦେଶର ରାଜନୈତିକ କେନ୍ଦ୍ର ଥିବା ଅଯୋଧ୍ୟା ନଗରୀ ପୁଣିଥରେ ଚର୍ଚ୍ଚାରେ ଅଛନ୍ତି। ଭଗବାନ ରାମଙ୍କ ଭବ୍ୟ ମନ୍ଦିରର ନିର୍ମାଣ ଆରମ୍ଭ ହୋଇଛି ଓ ଅନ୍ୟପଟେ ଅଯୋଧ୍ୟା ନଗରୀକୁ ସଜାଇବାର କାମ ଆରମ୍ଭ ହୋଇଛି। ଦୀପତ୍ସୋବ ପୂର୍ବରୁ ଅଯୋଧ୍ୟାକୁ ରାଜ୍ୟର ରାଜଧାନୀ ସହ ଯୋଡି ଥିବା ଗୋରଖପୁର-ଲକ୍ଷ୍ନୌ ରୋଡ୍କୁ ସଜାଇବାର କାମ କରାଯାଉଛି। ହାଇଓ୍ବେରେ ସହାଦତ ଗଞ୍ଜରୁ ରାମଘାଟ ପର୍ଯ୍ୟନ୍ତ ଭଗବାନ ଶ୍ରୀରାମଙ୍କ ବାଲ୍ୟକାଳଠାରୁ ନେଇ ବନବାସ ଜୀବନ ଓ ରାଜା ରାମ ହେବା ପର୍ଯ୍ୟନ୍ତ, ଜୀବନର ଅଲଗା ଅଲଗା ପର୍ଯ୍ୟୟକୁ ଦର୍ଶାଇ ମୂର୍ତ୍ତି ଲଗାଯାଉଛି। ସଡକ କଡରେ ଭଗବାନ ରାମଙ୍କ ବିଭିନ୍ନ ରୂପ ସହିତ ତାଙ୍କର ଜୀବନ ସମ୍ପର୍କିତ ମୁନି-ଋଷିଙ୍କ ମୂର୍ତ୍ତି ମଧ୍ୟ ଲଗାଯାଉଛି। ଏ ସମ୍ପର୍କରେ ଅଯୋଧ୍ୟାର ଜିଲ୍ଲାପାଳ ନୀତୀଶ କୁମାର କହିଛନ୍ତି, ଦୀପୋତ୍ସବକୁ ନେଇ ଖୁବ୍ ଯୋରଦାର ପ୍ରସ୍ତୁତି ଚାଲିଛି। ଅଯୋଧ୍ୟାର ଜିଲ୍ଲାପାଳ କହିଛନ୍ତି , ଦୀପୋତ୍ସବକୁ ନେଇ ଏନ୍ଏଚ୍-୨୭ର ଡିଭାଇଡରରେ ସୌନ୍ଦର୍ୟ୍ୟକରଣ କାର୍ଯ୍ୟ କରାଯାଉଛି। ଏଥିରେ ଅଯୋଧ୍ୟାରେ ଅଧ୍ୟାତ୍ମିକ ମୂର୍ତ୍ତି ଲଗାଯାଉଛି। ଡିଭାଇଡରରେ କେବଲ ମଧ୍ୟ ଲଗାଯାଉଛି। ସେ କହିଛନ୍ତି ଶ୍ରଦ୍ଧାଳୁମାନେ ଏଠାରେ ପ୍ରବେଶ କରିବା ମାତ୍ରେ ତାଙ୍କୁ ଜଣାପଡିଯିବ ଯେ, ଆମେ ଆଧ୍ୟାତ୍ମିକ ନଗରୀରେ ପ୍ରବେଶ କରୁଛୁ।
Sign in
Sign in
Recover your password.
A password will be e-mailed to you.