Odia News Portal

ଆସନ୍ତା ୨୨ରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଠପଢ଼ା

ଚଳିତ ମାସ ୨୨ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ପ୍ରଥମ ବର୍ଷ ପିଲାଙ୍କ ପାଠପଢ଼ା । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି ।

ଏବେ ସୁଦ୍ଧା ଯୁକ୍ତ ଦୁଇ ପ୍ରଥମ ବର୍ଷରେ ସାଢ଼େ ତିନି ଲକ୍ଷ ପିଲା ନାମ ଲେଖାଇ ସାରିଲେଣି। ଏତେ ସଂଖ୍ୟକ ପିଲା ନାମ ଲେଖାଇ ସାରିଥିବାରୁ ଆସନ୍ତା ୨୨ ତାରିଖରୁ ପାଠପଢ଼ା ଆରମ୍ଭ ହୋଇଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଦ୍ୱିତୀୟ ପର୍ଯ୍ୟାୟ ସ୍ପଟ୍ ନାମଲେଖା ସରିଥିଲେ ମଧ୍ୟ ନାମଲେଖା ପ୍ରକ୍ରିୟାକୁ ଏହି ମାସ ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।