Odia News Portal

ଅକ୍ଟୋବର ୧ରେ ଦେଶରେ ଲଞ୍ଚ୍ ହେବ ୫ଜି ସେବା

ଦେଶରେ ଅକ୍ଟୋବର ୧ରେ ଲଞ୍ଚ ହେବାକୁ ଯାଉଛି ୫ଜି ସେବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆ ମୋବାଇଲ୍ କଂଗ୍ରେସରେ ୫ଜି ସେବାର ଶୁଭାରମ୍ଭ କରିବେ। ପ୍ରଗତି ମଇଦାନରେ କାର‌୍ୟ୍ୟକ୍ରମର ଆୟୋଜନ କରାଯାଉଛି। ଅନ୍ୟପକ୍ଷେ ୫ଜି ସେବା ଏବଂ ଏଭିଏସନକୁ ନେଇ ଆମେରିକାରେ ଉପୁଜିଥିବା ସମସ୍ୟା ଏବଂ ସଂଶୟକୁ ନେଇ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ଆମେରିକାରେ ଯାହା ବି ସମସ୍ୟା ରହିଛି ତାହା ଭାରତରେ ହେବ ନାହିଁ ବୋଲି ଅଧ୍ୟୟନ ପରେ ନିଜ ବୟାନରେ କହିଛି ଟେଲିକମ ମନ୍ତ୍ରଣାଳୟ। ଆଇଆଇଟିର ଅଧ୍ୟୟନ ଅନୁସାରେ ଗୋପିଂ କାରଣରୁ ଆମେରିକାରେ ହୋଇଥିବା ସମସ୍ୟା ଭାରତରେ ହେବ ନାହିଁ। ଦେଶରେ ୫ଜି ସେବା ଟେଲିକମ କ୍ଷେତ୍ରରେ ଏକ ବିପ୍ଳବ ସାବ୍ୟସ୍ତ ହୋଇପାରେ। ଦୂରଦୂରାନ୍ତ ଅଞ୍ଚଳରେ ଶିକ୍ଷା ଏବଂ ଜରୁରୀକାଳୀନ ସେବାରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ସମସ୍ତ ପ୍ରକାରର ସୂଚନା ମିଳିପାରିବ। ସୂଚନା ଆଦାନ ପ୍ରଦାନ ସହଜ ହେବ।