Odia News Portal

କର୍ତ୍ତବ୍ୟ ପକ୍ଷରୁ ଛଞ୍ଚାଣ ବାହଳୀ ଠାରେ ପୋଷଣ ମାସ ପାଳିତ

ଧର୍ମଗଡ଼ ବ୍ଲକ୍ ଛଞ୍ଚାଣ ବାହାଳି ହୋମିୟୋପ୍ୟାଥୀ ଡାକ୍ତରଖାନା ପରିସରରେ ମଙ୍ଗଳବାର ବ୍ଲକ୍ ସ୍ଥରିୟ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ହୋଇ ଯାଇଛି ।ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ କୁପୋଷଣ ଦୂର କରି ସୁସ୍ଥ ଭାରତ ଗଠନ କରିବା ତେଣୁ ଗର୍ଭବତୀ,ପ୍ରସୂତି,କିଶୋରୀ ବାଳିକା ଙ୍କୁ ପୋଷଣ ଯୁକ୍ତ ଖାଦ୍ୟ ଖାଇବା ଉପରେ ସଚେତନ କରାଯିବା ନେଇ ଆଲୋଚନା କରାଯାଇଥିଲା । ପୋଷଣ ଯୁକ୍ତ ଖାଦ୍ୟ ଓ ତାର ଉପକାରିତା ବିଷୟରେ ଡାକ୍ତର ମଳୟ କୁମାର ତାଣ୍ଡି ବୁଝାଇଥିଲେ । ତା ସହ ଏହି କାର୍ଯ୍ୟକ୍ରମରେ ଜୈବିକ ସାର,ବୃକ୍ଷ ରୋପଣ ,ଜଳ ସଂରକ୍ଷଣ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । କର୍ତ୍ତବ୍ୟ ସଂସ୍ଥା ଆନୁକୁଲ୍ୟରେ ଓ ରିଲାଏନ୍ସ ଫାଉଣ୍ଡେସନ ସହଯୋଗରେ ଆୟୋଜିତ ଏହି କାର୍ଯ୍ଯ କ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ୨ ଜିଲ୍ଲାପରିଷଦ ଶଙ୍କର ପ୍ରସାଦ ଯୁଏଡ଼ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଛଞ୍ଚାଣ ଵାହାଲି ସରପଂଚ ପ୍ରୀତି ବେମାଲ,ସମିତି ସଭ୍ୟା ଚର୍ଚ୍ଚିକା ଗୋପାଳ ,ଛଞ୍ଚାଣ ଵାହାଳି ହୋମିୟୂୟାଥି ଡାକ୍ତର ମଳୟ କୁମାର ତାଣ୍ଡି , ଠାକୁରାଣୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ହରିହର ପାଣିଗ୍ରାହୀ , ଗ୍ରାମ୍ୟ କୃଷି ସହାୟିକା କୁମୁଦିନୀ ଠାକୁର, ସମାଜ ସେବୀ ଗଗନେ ଶ୍ୱର୍ ବେମାଲ ପ୍ରମୁଖ ଯୋଗଦେଇ ଥିବା ବେଳେ କାର୍ଯ୍ୟକ୍ରମରେ ବିଭିନ୍ନ ପଂଚାୟତ ଅଙ୍ଗନୱାଡ଼ି କର୍ମୀ , ୱାର୍ଡ ସଭ୍ୟ ସଭ୍ୟା ଓ ଅଞ୍ଚଳ ର ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ କୁ କର୍ତ୍ତବ୍ୟ ପ୍ରୋଜେକ୍ଟ କୋଡ଼ିନେଟର ନିରାକାର ଦଣ୍ଡସେନା ପରିଚାଳନା କରିଥିବା ବେଳେ କର୍ତ୍ତବ୍ୟ କର୍ମକର୍ତ୍ତା ସଦାନନ୍ଦ ନାଗ, ଦେବାନନ୍ଦ,ଯୁଗେଶ୍ୱର୍ ,ପ୍ରମୁଖ ସହଯୋଗ କରିଥିଲେ ।