Odia News Portal

ସମସ୍ତଙ୍କ ପାଇଁ ଫୁଟବଲ୍ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସ୍କୁଲ ପିଲାଙ୍କୁ ବଣ୍ଟାଯିବ ୪୩ ହଜାର ଫୁଟବଲ। ୨ ହଜାର ସ୍କୁଲରେ ବଣ୍ଟନ ହେବ ୪୩ ହଜାର ଫୁଟବଲ। ସମସ୍ତଙ୍କ ପାଇଁ ଫୁଟବଲ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍କୁଲ ପିଲାଙ୍କ ମଧ୍ୟରେ ଫୁଟବଲ ପ୍ରତି ଆଗ୍ରହ ସୃଷ୍ଟି କରାଇବା ଲକ୍ଷ୍ୟରେ ଏହି ଯୋଜନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଫିଫା ଫୁଟବଲ୍ ଫର ସ୍କୁଲ୍ ହେଉଛି ସ୍କୁଲ୍ ସ୍ତରରେ ଫୁଟବଲ୍ ର ବିକାଶ ପାଇଁ ଏକ ପ୍ରୟାସ । ଫୁଟବଲ୍ ର ବିକାଶ ନେଇ ଫିଫା ଜରିଆରେ ଭାରତରେ ଏଭଳି ପ୍ରୟାସ ନୂତନ ଓ ପ୍ରଥମ ଥର ପାଇଁ କରାଯାଇଛି । ଫିଫା ସହ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦୀର୍ଘ ଦିନ ଧରି ସୁସମ୍ପର୍କ ରହିଆସିଛି । ଓଡ଼ିଶାରେ ଫୁଟବଲର ବିକାଶ ପାଇଁ ଶ୍ରୀ ସାମନ୍ତଙ୍କ ପ୍ରୟାସ କ୍ରମେ ଫିଫା କର୍ତ୍ତୃପକ୍ଷ କିଟ୍ ଓ କିସ୍ ରେ ଥିବା କ୍ରୀଡ଼ା ଭିତ୍ତିଭୂମି ଦେଖିଥିଲେ । ଫଳରେ ସେମାନେ କିସ୍ ସହ ଏକ ବୁଝାମଣା କରିଥିଲେ । ଏହା ସହ ସ୍କୁଲ୍ ସ୍ତରରେ ଫୁଟବଲର ବିକାଶ ପାଇଁ ଦକ୍ଷିଣ-ପୂର୍ବ ଏସିଆ ପାଇଁ ଫିଫା କିସକୁ ନୋଡାଲ୍ ଏଜେନ୍ସୀ କରିଥିଲା । ଏହି ବୁଝାମଣା ଅନୁସାରେ ଫିଫା ପ୍ରଥମ ଦଫାରେ ୪୩ ହଜାର ୨ଶହ ଫୁଟବଲ୍ ବିଭିନ୍ନ ସ୍କୁଲ୍ ରେ ବାଣ୍ଟିବା ପାଇଁ ପଠାଇଥିଲେ । ଏହି ଫୁଟବଲ୍ ସବୁ ଓଡ଼ିଶାର ବିଭିନ୍ନ ସ୍କୁଲରେ ବଣ୍ଟନ କରାଯାଇଛି ।