ନିଜକୁ ଜାଳିଲେ ସପ୍ତମ ଶ୍ରେଣୀ ଛାତ୍ର! । କିରୋସିନ୍ ଢ଼ାଳି ହୋଇ ନାବାଳକ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି । ଘଟଣାଟି ଯାଜପୁର ଜିଲ୍ଲା ଟମକା ଥାନା ସମରପିଟା ଗାଁ’ରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସ୍ଥାନୀୟ ଲୋକେ ତାକୁ ସ୍ଥାନୀୟ ମେଡିକାଲକୁ ନେଇଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ନାବାଳକୁ କଟକ ଏସ୍ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ନାବାଳକ ଏକ ଘରୋଇ ସ୍କୁଲ୍ରେ ସପ୍ତମ ଶ୍ରେଣୀରେ ପାଠ ପଢ଼ନ୍ତି ବୋଲି ସୂଚନା ମିଳିଛି । ସ୍କୁଲ୍ ଯିବା ପାଇଁ ବାପାଙ୍କ ଆକଟ ପରେ ଆତ୍ମହତ୍ୟା ଉଦ୍ୟମ କରିଥିବା ବୋଲି ସୂଚନା ମିଳିଛି । ବାପା ବାହରକୁ ଓ ମା’ ଗାଧୋଇବାକୁ ଯିବାବେଳେ ଆତ୍ମହତ୍ୟା ଉଦ୍ୟମ କରିଛି ବୋଲି ଜଣାପଡ଼ିଛି ।