Odia News Portal

୨୦ରେ ଆଉ ଏକ ଲଘୁଚାପ ; ସାରା ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି।

ରାଜ୍ୟରେ ଆସନ୍ତା ୧୮ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଏବଂ ତାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୨୦ତାରିଖ ବେଳକୁ ଲଘୁଚାପ କ୍ଷେତ୍ରର ସମ୍ଭାବନା ରହିଛି । ତେଣୁ ଏହାର ପ୍ରଭାବରେ ରାଜ୍ୟରେ ପୁଣି ବର୍ଷା ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଲଘୁଚାପ ରୂପରେଖ କ’ଣ ରହିବ ସେନେଇ ଆକଳନ କରାଯାଇ ନାହିଁ ।

ତେବେ ବାତ୍ୟା ନେଇ କୌଣସି ସୂଚନା ଜାରି କରାଯାଇ ନାହିଁ । ତେବେ ଶ୍ରୀ ଦାଶ କହିଛନ୍ତି, ୧ ଅକ୍ଟୋବରରୁ ୧୪ ଅକ୍ଟୋବର ମଧ୍ୟରେ ରାଜ୍ୟରେ ୧୧୦.୩ ମିମି ବର୍ଷା ରେକର୍ଡ କରାଯାଇଛି । ଯାହାକି ସ୍ୱାଭାବିକ ବର୍ଷାଠାରୁ ୬୨ ମିମି ଅଧିକ ରହିଛି । ଆଜି ଦକ୍ଷିଣ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ମଧ୍ୟ ଆଜି ବର୍ଷା ହୋଇଛି । ଆସନ୍ତା ୨୪ଘଣ୍ଟା ମଧ୍‌ୟରେ କଟକ-ଭୁବନେଶ୍ୱରରେ ପାଗ କୋହଲା ସାଙ୍‌ଗକୁ ସାମାନ୍ୟ ବର୍ଷା ସମ୍ଭାବନା ରହିଛି ।