ଶନିବାର ବିଳମ୍ଵିତ ରାତିରେ ତାଙ୍କୁ ଜୀରକପୁରରୁ ଗିରଫ କରାଯାଇଛି। ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ। ସୁନ୍ଦରଙ୍କ ପିଏ ସମେତ ବହୁ ଲୋକ ଏବେ ଭିଜିଲାନ୍ସ ସ୍କାନରରେ ରହିଛନ୍ତି।
ସୂଚନାନୁଯାୟୀ, ପଞ୍ଜାବର ପୂର୍ବତନ ମନ୍ତ୍ରୀ ସୁନ୍ଦର ଶାମଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ସମ୍ପର୍କିତ ୩ ମାମଲାରେ ଭିଜିଲାନ୍ସ ଯାଞ୍ଚ୍ କରୁଥିଲା। ଗିରଫ ହେବା ଭୟରେ ସୁନ୍ଦର ଶାମ ଭିଜିଲାନ୍ସ ଏଆଇଜି ମନମୋହନ ସିଂହଙ୍କୁ ୫୦ ଲକ୍ଷ ଟଙ୍କା ଲାଞ୍ଚ ଯାଚୁଥିଲେ। ଏନେଇ ମନମୋହନ ସିଂହ ତାଙ୍କର ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ଏହାପରେ ଟ୍ରାପ୍ କରି ସୁନ୍ଦର ଶାମଙ୍କୁ ଜୀରକପୁରକୁ ଡକାଯାଇଥିଲା। ସେ ସେଠାରେ ୫୦ ହଜାର ଟଙ୍କା ଲାଞ୍ଚ ଧରି ପହଞ୍ଚିବା ପରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା।