Odia News Portal

ଜର୍ମାନ ଗସ୍ତରେ ସାଂସଦ ଅମର ପଟ୍ଟନାୟକ ।

ବିଶ୍ୱସ୍ୱାସ୍ଥ୍ୟ ସମ୍ମିଳନୀରେ ବିଏସ୍‌କେୱାଇ ଉପରେ ଦେବେ ଦୀକ୍ଷାନ୍ତ ଭାଷଣ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ସେ ବିଶ୍ୱସ୍ୱାସ୍ଥ୍ୟ ସମ୍ମିଳନୀରେ ଯୋଗଦେଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବା ବିଏସ୍‌କେୱାଇ ଉପରେ ଦୀକ୍ଷାନ୍ତ ଭାଷଣ ଦେବେ । ଏହି ଯୋଜନା କିଭଳି ସାର୍ବଜନୀନ ସ୍ୱାସ୍ଥ୍ୟ ଚିକିତ୍ସା କ୍ଷେତ୍ରରେ ସଫଳ ହୋଇଛି ଏବଂ ଭାରତର ବିଭିନ୍ନ ରାଜ୍ୟ ସମେତ ବିଶ୍ୱରେ ଓଡ଼ିଶା ମଡେଲ କିପରି ଅନୁସରଣ କରାଯାଉଛି ତା’ଉପରେ ବି ସାଂସଦ ବିସ୍ତୃତ ଭାବେ ବର୍ଣ୍ଣନା କରିବେ ।

ବିଶ୍ୱ ଶୁଣିବ ରାଜ୍ୟର ସଫଳ କାହାଣୀ । ଅକ୍ଟୋବର ୧୬ରୁ ୧୮ ମଧ୍ୟରେ ତିନିଦିନ ଧରି ଜର୍ମାନର ବର୍ଲିନରେ ଅନୁଷ୍ଠିତ ହେଉଛି ଏହି ବିଶ୍ୱସ୍ୱାସ୍ଥ୍ୟ ସମ୍ମିଳନୀ । ଜର୍ମାନ ଗସ୍ତ ପୂର୍ବରୁ ଗଣମାଧ୍ୟମକୁ ଶ୍ରୀ ପଟ୍ଟନାୟକ କହିଛନ୍ତି, ରାଜ୍ୟରେ ସାଧାରଣ ଗରିବ ଲୋକଙ୍କ ପାଇଁ ବିଏସ୍‌କେୱାଇ କାର୍ଡ ସଞ୍ଜିବନୀ ସଦୃଶ ହୋଇଛି । ଉକ୍ତ କାର୍ଡକୁ ଉପଯୋଗ କରି ହିତାଧିକାରୀମାନେ ଦେଶର ପଞ୍ଜିକୃତ ହସ୍ପପିଟାଲରେ ମାଗଣାରେ ଚିକିତ୍ସିତ ହେଉଛନ୍ତି । ଏହି ସଫଳ କାହାଣୀ ବିଶ୍ୱସ୍ୱାସ୍ଥ୍ୟ ସମ୍ମିଳନୀରେ ତଥ୍ୟ ସମ୍ବଳିତ ରିପୋର୍ଟ ଉପସ୍ଥାପନ କରାଯିବ । ଏଥିପାଇଁ ସବୁ ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯିବ ବୋଲି ସାଂସଦ ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି ।