Odia News Portal

ରସୁଲଗଡ ଓଭରବ୍ରିଜ ଉପରେ ହୁ ହୁ ହୋଇ ଜଳିଗଲା ଟ୍ରକ ।

ଟ୍ରକରୁ ଡେଇଁ ଜୀବନ ବଞ୍ଚାଇଲେ ଡ୍ରାଇଭର ଓ ହେଲ୍ପର । 10 ମିନିଟ ମଧ୍ୟରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି ।  ମାର୍ବଲ ବୁହା ଟ୍ରକଟି ପଲାସୁଣି ଦେଇ ରସୁଲଗଡ ଓଭରବ୍ରିଜ ଉପରକୁ ଯାଉଥିବା ସମୟରେ ବ୍ୟାଟେରୀରୁ ଧୁଆଁ ବାହାରିଥିଲା । ଏହାକୁ ଦେଖିବା କ୍ଷଣିକ ହଟାତ୍ ନିଆଁ ଲାଗିଗଲା ।ଜୀବନ ବଞ୍ଚାଇ ସେମାନେ ରାସ୍ତାର ପାର୍ଶ୍ଵକୁ ଦୌଡ଼ିବାରେ ଲାଗିଲେ । ନିଆଁକୁ ଦେଖି ପଳାଶୁଣୀ ପଟରୁ ଆସୁଥିବା ସମସ୍ତ ଗାଡ଼ି ଅଟକି ଯାଇଥିଲା । ଯାତାୟତ ଠପ୍ ହୋଇଯାଇଥିଲା । ତୁରନ୍ତ ଦମକଳ ବାହିନୀ ନିଆଁକୁ ଆୟତ ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ମଞ୍ଚେଶ୍ଵର ଥାନା ପୋଲିସ୍ ପହଞ୍ଚି ଭିଡ କଣ୍ଟ୍ରୋଲ କରିବା ସହ ଡ୍ରାଇଭର ଓ ହେଲ୍ପରକୁ ଥାନାକୁ ନେଇ ପଚରାଉଚରା କରିଛନ୍ତି । ତେବେ ଗାଡ଼ିର କାଗଜପତ୍ର ସହ ଫିଟନେସ ଓଭରଲୋଡ଼ିଂ ନେଇ ପୋଲିସ୍ କରୁଚି  ତଦନ୍ତ ।