ଦୁର୍ଘଟଣାରେ ପାଇଲଟଙ୍କ ସହିତ ମୋଟ ୭ ଜଣଙ୍କର ମୃତ୍ୟୁ ହୋଇଥିବାର ଖବର ମିଳିଛି। ଦୁର୍ଘଟଣା କେଦାରନାଥଠାରୁ ୨ କିଲୋମିଟର ଦୂର ଗରୁଡଚଟ୍ଟି ନିକଟରେ ହୋଇଥିଲା। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ସଚିବ ଅଭିନବ କୁମାର ହେଲିକପ୍ଟର ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ହେଲିକପ୍ଟରଟି ଆର୍ୟନ କମ୍ପାନୀର ବୋଲି କୁହାଯାଉଛି। ଏହା ଗୁପ୍ତକାଶୀରୁ କେଦାରନାଥ ଅଭିମୁଖେ ଉଡାଣ ଆରମ୍ଭ କରିଥିଲା। ତେବେ ଗରୁଡଚଟ୍ଟିରେ କ୍ରାସ୍ ହୋଇଥିଲା। ମାଟି ଉପରେ ଖସିବା ମାତ୍ରେ ସେଥିରେ ନିଆଁ ଲାଗି ସାରିଥିଲା।
ସୁତ୍ରରୁ ମିଳିଥିବା ଖବର ଅନୁସାରେ, ଦୁର୍ଘଟଣାର ଶିକାର ହୋଇଥିବା ହେଲିକପ୍ଟରରେ ୬ ଜଣ ଯାତ୍ରୀ ଥିଲେ ଓ ଜଣେ ପାଇଲଟ ଥିଲେ। ସମସ୍ତଙ୍କର ମୃତ୍ୟ ହୋଇଛି। ଘନ କୁହୁଡି ଯୋଗୁଁ ଏଭଳି ହୋଇଥିଲା ବୋଲି ଜଣାପଡିଛି। ଏହି ଦୁଘଟଣା ପରେ ହେଲିକପ୍ଟରଟି ଖଣ୍ଡ ଖଣ୍ଡ ହୋଇଯାଇଛି। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଁଞ୍ଚି ନିଜର କାମ ଆରମ୍ଭ କରିଛନ୍ତି।