କଳିଙ୍ଗ ବେଙ୍ଗାଲୁରୁ ଫାଉଣ୍ଡେସନ ପକ୍ଷରୁ ବାହାରିନ ଓଡ଼ିଆ ସମାଜ ପ୍ରତିଷ୍ଠାତା ସଭାପତି ଡକ୍ଟର ଅରୁଣ ପ୍ରହରାଜଙ୍କୁ ଶ୍ରମବନ୍ଧୁ ସମ୍ମାନ
ଓଡ଼ିଆ ସମାଜ ପ୍ରତିଷ୍ଠାତା ସଭାପତି ଡକ୍ଟର ଅରୁଣ ପ୍ରହରାଜଙ୍କୁ ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ବେଙ୍ଗାଳୁରୁଠାରେ ସ୍ଥାପିତ କଳିଙ୍ଗ ବେଙ୍ଗାଳୁରୁ ଫାଉଣ୍ଡେସନ ପକ୍ଷରୁ ‘ଶ୍ରମବନ୍ଧୁ ସମ୍ମାନ’ରେ ସମ୍ମାନିତ କରାଯାଇଛି। ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କ ସେବା ନିମନ୍ତେ ଡକ୍ଟର ପ୍ରହରାଜଙ୍କୁ କଳିଙ୍ଗ ବେଙ୍ଗାଳୁରୁ ଫାଉଣ୍ଡେସନର ନବମ ପ୍ରତିଷ୍ଠା ଦିବସ ଅବସରରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ ଏହି ସମ୍ମାନ ପ୍ରଦାନ କରିଛନ୍ତି।
ଡକ୍ଟର ଅରୁଣ ପ୍ରହରାଜ କିଙ୍ଗଡମ ଅଫ ବାହାରିନରେ ଦାଦାଭାଇ ଗ୍ରୁପରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ କାର୍ଯ୍ୟତର। ସେ ମଧ୍ୟପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକରେ କାର୍ଯ୍ୟ କରୁଥିବା ଓଡ଼ିଆ ତଥା ଭାରତୀୟ ଶ୍ରମିକମାନଙ୍କ ଅସୁବିଧା ସମୟରେ ସହାୟତା ଯୋଗାଇ ଆସୁଛନ୍ତି। ବିଭିନ୍ନ ରାଷ୍ଟ୍ରରେ ଫସି ରହିଥିବା ଓଡ଼ିଆମାନଙ୍କୁ ଉଦ୍ଧାର କରି ସ୍ଵଦେଶ ଫେରାଇ ଆଣିବା ସହ କୋଭିଡ ସମୟରେ ତାଙ୍କର ଉଦ୍ୟମ ପ୍ରଶଂସନୀୟ।