Odia News Portal

ହାତୀ ଆକ୍ରମଣରେ ମହିଳା ମୃତ।

ସୁନ୍ଦରଗଡ଼ ଜିଲ୍ଲା ଉଜଳପୁର ରେଞ୍ଜ ଅନ୍ତର୍ଗତ କୁଳବା ଗ୍ରାମରେ ଆଜି ସକାଳ ସାଢେ ୬ଟା ସମୟରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ, ଏକ ଗୋଠଛଡା ଦନ୍ତା ହାତୀ ଉଜଳପୁର ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଘୂରି ବୁଲୁଛି। ହାତୀଟି ଘରଦ୍ଵାର ଭାଙ୍ଗିବା ସହ ଲୋକମାନଙ୍କ ଜୀବନ ନେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ସାନ୍ଧ୍ୟା ହେଲେ ଲୋକେ ଆତଙ୍କିତ ହୋଇ ପଢୁଛନ୍ତି । ତେବେ ହାତୀ ଆକ୍ରମଣର ଖବର ପାଇବା ପରେ ବନ ବିଭାଗ କେବଳ କ୍ଷତିପୂରଣ ଦେଇ ତୁନି ହୋଇ ବସିପଡ଼ୁଛି। ଲୋକମାନେ ରହୁଥିବା ସ୍ଥାନରୁ ହାତୀଙ୍କୁ ଘଉଡ଼ାଇବା ପାଇଁ ବନ ବିଭାଗ ପ୍ରୟାସ କରୁନଥିବାରୁ ଅସନ୍ତୋଷ ବୃଦ୍ଧି ପାଇଛି।