Odia News Portal

ଦୀପାବଳି ଅବସରରେ ଦୀପୋତ୍ସବ ଅଯୋଧ୍ୟାକୁ ସାରା ବିଶ୍ୱରେ ଦେଇଛି ଆଉ ଏକ ନୂଆ ପରିଚୟ ।

ଗତ ବର୍ଷ ଦୀପୋତ୍ସବରେ 12 ଲକ୍ଷ ଦୀପର ସାମାହାରରେ ଝଲସି ଉଠିଥିଲା ଅଯୋଧ୍ୟା ନଗରୀ। ଆଉ ଦେଖେଣାହାରୀଙ୍କ ଦେଇଥିଲା ଏକ ସ୍ବର୍ଗୀୟ ଅନୁଭୂତି। ଏଥର ଅଯୋଧ୍ୟାର ଦୀପୋତ୍ସବ ଆହୁରି ଖାସ ହେବାକୁ ଯାଉଛି। କାରଣ ଏଥର ଏବର୍ଷ ଦୀପୋତ୍ସବରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 2 ବର୍ଷ ପରେ ଅଯୋଧ୍ୟା ଯାଉଛନ୍ତି ପ୍ରଧାନମନ୍ତ୍ରୀ । ଶେଷ ଥର ପାଇଁ ପ୍ରଧାନମନ୍ତ୍ରୀ ରାମ ମନ୍ଦିରର ଶିଳାନ୍ୟାସ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଅଯୋଧ୍ୟା ଆସିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଧାରଣତଃ ଯବାନଙ୍କ ଗହଣରେ ଦୀପାବଳି ପାଳନ କରିଥାନ୍ତି । ଏଥର ବି ସେ ସେପରି କରିବେ

କିନ୍ତୁ ଦୀପାବଳି ପୂର୍ବଦିନ ସେ ଅଯୋଧ୍ୟାରେ ଉପସ୍ଥିତ ରହି ଦୀପୋତ୍ସବରେ ସାମିଲ ହେବେ । ସେଥିପାଇଁ ଅଯୋଧ୍ୟା ନଗରୀକୁ ସୁସଜ୍ଜିତ କରାଯାଉଛି। ରାମାୟଣର ବିଭିନ୍ନ ଚରିତ୍ରଙ୍କ ନାମ ଅନୁସାରେ ନଗରୀ ସରା ଭବ୍ୟ ତୋରଣ ନିର୍ମାଣ କରାଯାଉଛି। ଏହାଛଡ଼ା  ଏବର୍ଷ ଗତଥରର ଦୀପ ସଂଖ୍ୟାର ରେକର୍ଡ ଭାଙ୍ଗିବାକୁ ଚାଲିଛି ପ୍ରସ୍ତୁତି । ଚଳିତ ବର୍ଷ 15 ଲକ୍ଷ ଦୀପର ଆଲୋକରେ ଚମକିବ ଅଯୋଧ୍ୟାର ସରଜୁ ଘାଟ ।

2017ମସିହାରେ ପ୍ରଥମେ ଆରମ୍ଭ ହୋଇଥିଲା ଦୀପୋତ୍ସବ ପାଳନ । ସେହିବର୍ଷ 51 ହଜାର ଦୀପ ପ୍ରଜ୍ବଳନ କରାଯାଇଥିଲା।  ତା ପରବର୍ଷ ଅର୍ଥାତ 2018ରେ 3 ଲକ୍ଷ 1ହଜାର 152 ଦୀପର ଆଲୋକରେ ଝଲସିଥିଲା ଅଯୋଧ୍ୟା । 2019ରେ ଦୀପ ସଂଖ୍ୟା 5 ଲକ୍ଷ 50 ହଜାରରେ ପହଞ୍ଚିଥିଲା। 2020ରେ ପୂର୍ବ ବର୍ଷର ରେକର୍ଡ ଭାଙ୍ଗିଥିଲା ଦୀପ ସଂଖ୍ୟା ବଢିଥିଲା 6ଲକ୍ଷ 6 ହଜାର 559କୁ । ଆଉ ଗତ ବର୍ଷ ଅର୍ଥାତ 2021ରେ 12 ଲକ୍ଷ ମାଟି ଦ୍ବୀପରେ ଚମକିଥିଲା ସରଜୁ ତଟ। ଆଉ ଏବର୍ଷ ଗିନିଜ୍ ୱାର୍ଲଡ ରେକର୍ଡ ପାଇଁ 15 ଲକ୍ଷ ଦୀପ ଜଳାଯିବାର ଲକ୍ଷ୍ୟ ରଖାଯାଇଛି ।

ପ୍ରଧାନମନ୍ତ୍ରୀ ମୋଦି ରାମଲାଲାଙ୍କ ସମ୍ମୁଖରେ ପ୍ରଥମ ଦୀପ ଜଳାଇବେ । ଅଯୋଧ୍ୟାରେ ପ୍ରତିବର୍ଷ ଦୀପାବଳୀ ପୂର୍ବ ସନ୍ଧ୍ୟାରେ ଦୀପୋତ୍ସବ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଆଉ ଏବର୍ଷ ପ୍ରଥମ ଥର ପାଇଁ ଏଥିରେ ସାମିଲ ହେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଉ ଏଥର ଦୀପୋତ୍ସବକୁ ଆହୁରି ଭବ୍ୟ ବନାଇବା ପାଇଁ ସବୁ ବଳ ଲାଗଇଦେଇଛି ପ୍ରଶାସନ।